Saturday, November 14, 2026
Home ଆଞ୍ଚଳିକ ଜାତୀୟ ସ୍ତରରେ ସ୍ୱୀକୃତି ହିଞ୍ଜିଳିକାଟୁ ଆଇଟିଆଇ

ଜାତୀୟ ସ୍ତରରେ ସ୍ୱୀକୃତି ହିଞ୍ଜିଳିକାଟୁ ଆଇଟିଆଇ

14

ଗଞ୍ଜାମ,୦୮/୦୮{ଜିଲ୍ଲା ଖବର} ହିଞ୍ଜିଳିକାଟୁ ସରକାରୀ ଆଇଟିଆଇକୁ ଜାତୀୟ ସ୍ତରରେ ସ୍ୱୀକୃତି ମିଳିଛି। ଦେଶର ଶ୍ରେଷ୍ଠ ୧୦୦ ଆଇଟିଆଇ ମଧ୍ୟରୁ ହିଞ୍ଜିଳିକାଟୁ ଆଇଟିଆଇକୁ ଜାତୀୟ ସ୍ତରରେ ୧୫ତମ ଓ ଓଡିଶାରେ ଦ୍ଵିତୀୟ ସ୍ଥାନରେ ରହିଛି। ଏହି ତାଲିକାରେ ଓଡିଶାର ୧୧ଟି ଆଇଟିଆଇ ସ୍ଥାନ ପାଇଛି। କେନ୍ଦ୍ର ସରକାରଙ୍କ ଏମଏସଡ଼ିଇ ବିଭାଗ ପକ୍ଷରୁ ଗୁରୁବାର ଏହି ତାଲିକା ପ୍ରକାଶ ପାଇଛି। ଏଥିନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ କରାଯାଇଛି। ହିଞ୍ଜିଳିକାଟୁ ଆଇଟିଆଇକୁ ସର୍ବଭାରତୀୟ ସ୍ତରରେ ସ୍ଥାନିତ ପାଇଥିବାରୁ ସରକାରୀ ଆଇଟିଆଇର ସମସ୍ତ କର୍ମଚାରୀ, ଛାତ୍ରଛାତ୍ରୀ ଉତ୍ସାହିତ ହୋଇଛନ୍ତି। ଆଗମୀ ଦିନରେ ଆହୁରି ସଫଳତା ଅର୍ଜନ କରିବ ବୋଲି ଆଶା ରଖିଛନ୍ତି। କର୍ମଚାରୀ,ଅଞ୍ଚଳବାସୀ ଏବଂ ଛାତ୍ର ଛାତ୍ରୀ ମାନଙ୍କ କଠିନ ପରିଶ୍ରମ ଯୋଗୁଁ ସଂସ୍ଥାନ ଆଜି ଏହି ଉତ୍କର୍ଷ ଲାଭ କରିଛି ବୋଲି ଅଧ୍ୟକ୍ଷ ଅମୂଲ୍ୟ କୁମାର ପଣ୍ଡା କହିଛନ୍ତି।

ରିପୋର୍ଟ ରଜନୀକାନ୍ତ ପାତ୍ର