Saturday, November 14, 2026
Home ଆଞ୍ଚଳିକ ଗୋଟିଏ ଦିନରେ ଚାରୋଟି ସଡକ ଦୁର୍ଘଟଣା।

ଗୋଟିଏ ଦିନରେ ଚାରୋଟି ସଡକ ଦୁର୍ଘଟଣା।

17

ବ୍ରହ୍ମପୁର,୦୮/୦୮{ଜିଲ୍ଲା ଖବର} ସହର ଓ ଏହାର ଆଖପାଖରେ ଗୋଟିଏ ଦିନରେ ଚାରୋଟି ସଡ଼କ ଦୁର୍ଘଟଣାରେ ଜଣେ ମୃତ ଦୁଇ ଜଣ ଆହତ ଗତକାଲି ରାତିରେ ଆଙ୍କୁଲିର ପୂର୍ଣ୍ଣଚନ୍ଦ୍ର ସାମନ୍ତରାୟ ଆଙ୍କୁଲି ନିଜ ସ୍କୁଟିରେ ଯାଉଥିବା ବେଳେ କୋଣସି କାରଣରୁ ଓଭର ବ୍ରିଜ୍ ତଳକୁ ଥିବା ଗୋଟାଏ ଖାଲ ଭିତରେ ଖସି ପଡ଼ିଥିଲେ ଯାହା ଫଳରେ ଖାଲରେ ଥିବା ଲୁହା ଖାଡ଼ି ତାଙ୍କ ଛାତି ଭିତରେ ପଶି ଯାଇଥିଲା ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟି ଥିଲା ସେହିପରି ହଳଦିଆପଡାର NH ରେ ଗୋଟିଏ ବୋଲର୍ ଓଲଟି ଯିବା ଫଳରେ ସେଥିରେ ବସିଥିବା ଦୁଇ ଜଣ ଆହତ ହୋଇଛନ୍ତି। ଏବଂ ଲାଞ୍ଜିପଲ୍ଲୀ ବ୍ରିଜରେ ମଧ୍ୟ ଗୋଟିଏ ଟ୍ରକ ଦୁର୍ଘଟଣା ହୋଇଥିଲା କିନ୍ତୁ ଏଥିରେ କାହାର କିଛି କ୍ଷତି ହୋଇନାହିଁ।

ରିପୋର୍ଟ ଲକ୍ଷ୍ମୀ ନାରାୟଣ ମିଶ୍ର