
ଜଟଣୀ,୦୮/୦୮{ଜିଲ୍ଲା ଖବର}ଲୋକମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ବିଭିନ୍ନ ଉନ୍ନୟନ କାର୍ଯ୍ୟ କରିଆସୁଛି। ବିକଶିତ ଭିତ୍ତିଭୂମି ଏବଂ ଟ୍ରାଫିକ କଣ୍ଟ୍ରୋଲ ବ୍ୟବସ୍ଥାକୁ ନେଇ ଗତବର୍ଷ ମାଲବାହୀ ଟ୍ରେନର ଗତି ୧୫୫% ବୃଦ୍ଧି କରାଯାଇଛି। ଫଳରେ ଅତ୍ୟାବଶ୍ୟକ ସାମଗ୍ରୀ ଠିକ୍ ସମୟରେ ପହଞ୍ଚିବା ସହିତ ସେହି କ୍ରମରେ ଅଧିକ ରେଳ ଚଳାଚଳ ପାଇଁ ସମୟ ସାରଣୀ ପ୍ରସ୍ତୁତ ହୋଇପାରିବ। ଅନେକ ସମୟରେ ମାଲବାହୀ ଟ୍ରେନଗୁଡ଼ିକ ବିଭିନ୍ନ ସ୍ଥାନରେ ଅଟକି ରହିଥାଏ। ତେଣୁ ଏଭଳି ସମସ୍ୟା କିଭଳି ଆଗକୁ ନହେବ ସେଥିପାଇଁ ନୂଆ ଯୋଜନା ପ୍ରସ୍ତୁତ କରାଯାଉଛି ବୋଲି ରେଳବାଇ ପକ୍ଷରୁ କୁହାଯାଇଛି। ଚଳିତ ୨୦୨୦ ମସିହାର ଜୁଲାଇ ମାସରେ ମାଲବାହୀ ଟ୍ରେନର ହାରାହାରି ଗତି ଘଣ୍ଟାପ୍ରତି ସମୟ ସୀମା ୩୯. ୭୩ କିଲୋମିଟର ରହିଥିବା ରେକର୍ଡ କରାଯାଇଛି। ଅନ୍ୟ ପକ୍ଷରେ ୨୦୧୯ ମସିହା ଜୁଲାଇରେ ମାଲବାହୀ ଟ୍ରେନର ଗତି ଘଣ୍ଟାପତି ୧୫.୬୧ କିଲୋମିଟର ରହିଥିଲା। ସେହିପରି କୋଭିଡ୍-୧୯କୁ ଦୃଷ୍ଟିରେ ରଖି ପାୱାର ପ୍ଲାଣ୍ଟ ଉତ୍ପାଦନ ୟୁନିଟ ଇତ୍ୟାଦିର ଚାହିଦା ପୁରଣ କରିବା ସହିତ ବିଭିନ୍ନ ଶିଳ୍ପ ସଂସ୍ଥା ଇତ୍ୟାଦିକୁ ସହାୟତା ଯୋଗାଇ ପାରିବ। ଏହାକୁ ନେଇ ରେଳ ବିଭାଗର ଆଉ ଏକ ସ୍ଵତନ୍ତ୍ର ପଦକ୍ଷେପ ବୋଲି ରେଳବିଭାଗ ପକ୍ଷରୁ କୁହାଯାଇଛି। ଏନେଇ ସର୍ବସାଧାରଣଙ୍କୁ ନିବେଦନ କରାଯାଇଛି ଯେ,ଭାରତୀୟ ରେଳ ସମ୍ପ୍ରତି ପ୍ରତି ମିଳିମିଶି ସୁରକ୍ଷା ଦିଅନ୍ତୁ। ଫଳରେ ସମସ୍ତେ ଏହାର ସୁବିଧା ହାସଲ କରିପାରିବେ।
ରିପୋର୍ଟ ସଞ୍ଜୀବ କୁମାର



