Home ଆଞ୍ଚଳିକ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ସୁଷମା ସ୍ବରାଜଙ୍କ ଶ୍ରାଦ୍ଧବାର୍ଷିକ ପାଳନ।

ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ସୁଷମା ସ୍ବରାଜଙ୍କ ଶ୍ରାଦ୍ଧବାର୍ଷିକ ପାଳନ।

141

ଜଟଣୀ,୦୮/୦୮{ଜିଲ୍ଲା ଖବର}ଜଟଣୀ ବିଜେପି ମହିଳାମୋର୍ଚ୍ଚା ପକ୍ଷରୁ ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ଶ୍ରାଦ୍ଧବାର୍ଷିକୀ ଅନୁଷ୍ଠିତ ହୋଇଯାଇଛି। ମହିଳାମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ରଶ୍ମି ମନ୍ତ୍ରୀ ପଟ୍ଟନାୟକ ଓ ଜିଲ୍ଲା ସାଧାରଣ ସମ୍ପାଦିକା ରୀନା ପଟ୍ଟନାୟକଙ୍କ ନେତୃତ୍ୱରେ ମହିଳା ମୋର୍ଚ୍ଚାର ସମସ୍ତ କର୍ମୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। କୋଭିଡ୍ କଟକଣାକୁ ଦୃଷ୍ଟିରେ ରଖି ମାସ୍କ ପରିଧାନ ସହିତ ସାମାଜିକ ଦୁରତା ମଧ୍ୟରେ ଏହି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ସୁଷମାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ କରାଯାଇ ସ୍ମୃତିଚାରଣ କରାଯାଇଥିଲା।

ରିପୋର୍ଟ ସଞ୍ଜୀବ କୁମାର