
ବାଲିଗୁଡା,୦୭/୦୮{ଜିଲ୍ଲା ଖବର} କନ୍ଧମାଳ ଜିଲ୍ଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ଯୋଗୁ ବାଲିଗୁଡାର କିଛି ଅଞ୍ଚଳକୁ ବନ୍ଦ କରିଛନ୍ତି। ବାଲିଗୁଡା ର କିଛି ଏରିଆ ଓ ସାହିକୁ କଣ୍ଟେନମେଣ୍ଟ ଜୋନ ଭାବରେ କନ୍ଧମାଳ ଜିଲ୍ଲାପାଳ ଡ଼ା ବୃନ୍ଦା ଡି ଘୋଷଣା କରିଛନ୍ତି। ଏହି ସବୁ ସ୍ଥାନରେ ନୂତନ କରୋନା ଚିହ୍ନଟ ହୋଇଥିବାରୁ ଏହି ସବୁ ୱାର୍ଡକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରା ଯାଇଛି। ୱାର୍ଡ ନମ୍ବର ୦୨ ଡୁମୁଣି ସାହି,ୱାର୍ଡ ନମ୍ବର ୦୩ ହାଟପଦା,ୱାର୍ଡ ନମ୍ବର ୦୪ ଦଣ୍ଡପଦର,ୱାର୍ଡ ନମ୍ବର ୦୫ ନୁଆସାହି,ୱାର୍ଡ ନମ୍ବର ୧୦ ପୂଜାରୀ ସାହି,ୱାର୍ଡ ନମ୍ବର ୧୧ ରେଣ୍ଟି ସାହି ୱାର୍ଡ ନମ୍ବର ୧୩ ସୁନାପଙ୍ଗା ଏହି ସବୁ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିବାରୁ ଏହି ସବୁ ଅଞ୍ଚଳ ବନ୍ଦ ରହିବ। ଏହି ସମୟରେ କେବଳ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯଥା ପନିପରିବା,କ୍ଷୀର,ଫଳ, ଗ୍ରୋସରି ଇତ୍ୟାଦି ସକାଳ ୬ ଘଟିକା ଠାରୁ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ଖୋଲା ରହିବ। ଅତ୍ୟାବଶ୍ୟକ ସାମଗ୍ରୀ କୁ ଛାଡି ଦେଲେ ଅନ୍ୟ ସବୁ ବନ୍ଦ ରହିବ। ଗ୍ରୋସୋରି ସାମାନ କିଣିବା ସମୟରେ ଦୁଇ ମିଟର ବ୍ୟବଧାନ ପାଳନ କରିବେ ତତସହିତ ବିନା ମାକ୍ସରେ ପ୍ରବେଶ ନିଷେଧକୁ ଗୁରୁତ୍ୱ ଦିଆଯାଇଛି। ଲକ୍ଡାଉନ ସମୟରେ ପେଟ୍ରୋଲପମ୍ପ,ବିଦ୍ୟୁତ୍ ସେବା, ସ୍ୱାସ୍ଥ୍ୟ ସେବା, ଆମ୍ବୁଲାନ୍ସ,ଔଷଧ ଦୋକାନ ଦିନସାରା ଖୋଲା ରହିବ।ସମସ୍ତ ଦୋକାନୀ କୋଭିଡ-୧୯ ନିୟମ ପାଳନ କରିବେ। ବଜାରରେ ଗାଡି ଚଳା ଚଳ ଉପରେ କିଛିଟା କଟକଣା ରହିଛି। ଅତି ଜରୁରୀକାଳୀନ ପରିସ୍ଥିତି ରେ ଯାନ ବାହାନ ଚଳାଚଳ ଉପରେ ଉପଜିଲ୍ଲାପାଳଙ୍କ ଅନୁମତି ନେଇ ଯାତାୟତ କରିପାରିବେ।
ରୀପୋର୍ଟ ସୁକାନ୍ତ କୁମାର ତ୍ରିପାଠୀ



