Thursday, November 12, 2026
Home ଆଞ୍ଚଳିକ ଡ୍ୟାମରୁ ଉଦ୍ଧାର ହେଲା ଯୁବକ ଙ୍କ ମୃତଦେହ

ଡ୍ୟାମରୁ ଉଦ୍ଧାର ହେଲା ଯୁବକ ଙ୍କ ମୃତଦେହ

49

ସୋରଡ଼ା,୬/୦୮(ଜିଲ୍ଲା ଖବର) : ଗଂଜାମ ସୋରଡ଼ା ଥାନା ନିକଟବର୍ତୀ ଡ୍ୟାମ ରୁ ଯୁବକ ଙ୍କ ମୃତ ଦେହ ଉଦ୍ଧାର।ମୃତ ଯୁବକ ଜଣକ ହେଉଛନ୍ତି ନନ୍ଦନ ତିଆଡ଼ି।ତାଙ୍କ ଘର ସୋରଡ଼ା ବରାଡ଼ି ଠାରେ ବୋଲି ଜଣାପଡିଛି।ସୂଚନା ଅନୁସାରେ ଗତ କାଲି ନିଜ ଭଉଣୀ ଘର କୁ ଯାଇ ଆଉ ଫେରିନଥିଲେ।ଘର ଲୋକ ବହୁ ଖୋଜା ଖୋଜି କରିବା ପରେ ପାଇ ନଥିଲେ।ଆଜି ତାଙ୍କ ମୃତଦେହ ସୋରାଡ଼ା ଘାଇ ରେ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ଥାନା କୁ ଖବର ଦେଇଥିଲେ।ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଂଚି ପାଣିରୁ ମୃତଦେହ କୁ ଉଦ୍ଧାର କରିଥିଲେ।ମୃତର କାରଣ ବର୍ତମାନ ଯାଏଁ ସ୍ପଷ୍ଟ ଜଣା ପଡ଼ିନାହିଁ।ସୋରଡ଼ା ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଶବ ବ୍ୟବଛେଦ ପାଇଁ ଭଞ୍ଜନଗର ପଠାଇ ଅଧିକ ତଦନ୍ତ ଚଳାଇଛନ୍ତି।

ରିପୋର୍ଟ ଶିବରାମ ଚୌଧୁରୀ ।