Saturday, November 14, 2026
Home ଆଞ୍ଚଳିକ ବ୍ୟାଙ୍କ କର୍ମଚାରୀ ମାନେ ଜଣେ ଗର୍ଭବତୀ ମହିଳାକୁ କରୋନା ସଂକ୍ରମିତ ସନ୍ଦେହ କରି କଲେ ଦୁଃବ୍ୟବହାର

ବ୍ୟାଙ୍କ କର୍ମଚାରୀ ମାନେ ଜଣେ ଗର୍ଭବତୀ ମହିଳାକୁ କରୋନା ସଂକ୍ରମିତ ସନ୍ଦେହ କରି କଲେ ଦୁଃବ୍ୟବହାର

38

ସାନଖେମୁଣ୍ଡି,୬/୦୮(ଜିଲ୍ଲା ଖବର) : କରୋନା ଯେମିତି ମାନବିକତାକୁ ମାରି ଖାଇ ସାରିଲାଣି । ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାରେ । ଗର୍ଭବତୀଙ୍କ ସହ ହୋଇଛି ଦୁଃବ୍ୟବହାର । କରୋନା ସଂକ୍ରମିତଙ୍କ ସଂଖ୍ୟା ଗଞ୍ଜାମରେ ଯେଉଁଭଳି ଭାବେ ବଢିବାରେ ଲାଗିଛି, ସମସ୍ତଙ୍କ ମଧ୍ୟରେ ଆତଙ୍କ ଖେଳିଯିବା ସ୍ୱାଭାବିକ କଥା । ମାତ୍ର ଏହାର ଅର୍ଥ ଏହା ଆଦୌ ନୁହେଁ ଯେ ଆତଙ୍କ ଭୟରେ ଓ ସଚେତନତା ଆଳରେ ମଣିଷ ମାନବିକତାକୁ ମାରି ବସିବ । ମିଳିଥିବା ସୂଚନା ଅନୁଯାୟୀ ଜଣେ ମହିଳାଙ୍କୁ କରୋନା ସଂକ୍ରମିତ ହୋଇଥିବା ସନ୍ଦେହ କରି ବ୍ୟାଙ୍କ କର୍ମଚାରୀମାନେ ଚେୟାରରେ ବସିବାକୁ ଅନୁମତି ଦେଇନଥିଲେ । ତେବେ ମହିଳା ଜଣକ ଗର୍ଭବତୀ ଥିଲେ ।ମହିଳା ବ୍ୟାଙ୍କରେ ଉପସ୍ଥିତ ଥିବା ବେଳେ ତାଙ୍କୁ ଛାଡି ମାତ୍ର ୫ଜଣ ଲୋକେ ବ୍ୟାଙ୍କରେ ଥିଲେ । ଚେୟାର ଖାଲି ଥିଲେ ମଧ୍ୟ ତାଙ୍କୁ ବସିବାକୁ ଅନୁମତି ମିଳିନଥିଲା । ଉକ୍ତ ମହିଳା ସାନଖେମୁଣ୍ଡିର କଙ୍କୋରଡ଼ା ଏସବିଆଇ ଶାଖା ବ୍ୟାଙ୍କକୁ ଟଙ୍କା ଉଠାଇବାକୁ ଯାଇଥିଲେ । ପ୍ରଥମେ ତାଙ୍କୁ ଚେୟାରରେ ବସିବାକୁ ମନା କରାଯାଇଥିଲା । ଅଗତ୍ୟା ସେ ପ୍ରାୟ୨ ଘଣ୍ଟା ସମୟ ଅପେକ୍ଷା କଲେ । ପରେ ଟଙ୍କା ଦେବା ପାଇଁ ମଧ୍ୟ ମନା କରାଗଲା । ବ୍ୟାଙ୍କ କର୍ତ୍ତୃପକ୍ଷ ତାଙ୍କୁ ପରେ ଆସିବା ପାଇଁ କହିଥିଲେ । ମହିଳା ଜଣକ ବାଧ୍ୟ ହୋଇ ନିରାଶ ହୋଇ ଫେରିଥିଲେ ।

ତେବେ ସୋସିଆଲ ମିଡ଼ିଆରେ ଫଟୋ ଓ ଭିଡିଓ ଭାଇରାଲ ହେବା ପରେ ଏସମ୍ପର୍କିତ ସୂଚନା ସ୍ପଷ୍ଟ ହୋଇଥିଲା । ଅନ୍ୟପକ୍ଷରେ କରୋନା ବେଳେ ଜଣେ ଗର୍ଭବତୀ ମହିଳାଙ୍କ ସହ ବ୍ୟାଙ୍କ କର୍ମଚାରୀଙ୍କର ଏଭଳି ସମ୍ୱେଦନହୀନ ବ୍ୟବହାରକୁ ଅଞ୍ଚଳବାସୀ ନିନ୍ଦା କରିଛନ୍ତି।

ରିପୋର୍ଟ: ପ୍ରଫୁଲ୍ଲ ସାବତ।