Home ଆଞ୍ଚଳିକ ନୂତନ ଜିଲ୍ଲାପାଳଙ୍କ କୋଭିଡ ଅସ୍ଥାୟୀ ହସ୍ପିଟାଲ ପରିଦର୍ଶନ।

ନୂତନ ଜିଲ୍ଲାପାଳଙ୍କ କୋଭିଡ ଅସ୍ଥାୟୀ ହସ୍ପିଟାଲ ପରିଦର୍ଶନ।

15

ଜଟଣୀ,୦୬/୦୮{ଜିଲ୍ଲା ଖବର} ଖୋର୍ଦ୍ଧା ଜିଲ୍ଲାରେ ନୂତନଭାବେ ଯୋଗଦେଇଥିବା ଜିଲ୍ଲାପାଳ ସନତ କୁମାର ମହାନ୍ତି ମଙ୍ଗଳବାର କାର୍ଯ୍ୟରେ ଯୋଗଦେଇଥିଲେ। ବୁଧବାର ଜଟଣୀ ବ୍ଲକ ଅନ୍ତର୍ଗତ ବିଭିନ୍ନ କୋଭିଡ କେୟାରର ଅସ୍ଥାୟୀ ହସ୍ପିଟାଲ ତଥା ଟେମ୍ପରାରୀ ମେଡିକାଲ କ୍ୟାମ୍ପଗୁଡ଼ିକୁ ପରିଦର୍ଶନ କରିଛନ୍ତି। ଜଟଣୀ ବ୍ଲକ ଅନ୍ତର୍ଗତ ଛତାବର ପଞ୍ଚାୟତରେ ଥିବା ଛତାବର କ୍ଲଷ୍ଟର ଜାମୁଝରୀ ବାତ୍ୟାଶ୍ରୟ ସ୍ଥଳରେ ଅସ୍ଥାୟୀଭାବେ ହୋଇଥିବା ଟେମ୍ପରାରୀ ମେଡିକାଲ କ୍ୟାମ୍ପକୁ ବୁଲି ଦେଖିଥିଲେ। ସଠାରେ ରହୁଥିବା ରୋଗୀଙ୍କ ସମସ୍ୟା ସମ୍ବନ୍ଧରେ ବୁଝାସୁଝା କରିବା ସହିତ ବିଭିନ୍ନ ସମସ୍ୟା ଉପରେ ଉପଲବ୍ଧ କରିଥିଲେ। ସେହିପରି ପଦନପୁର ପଞ୍ଚାୟତରେଥିବା କ୍ୱାରେଣ୍ଟାଇନ ସେଣ୍ଟର,ପାତ୍ରପଡ଼ା ମାନପୁର ଠାରେ ଥିବା ବୃଦ୍ଧାଶ୍ରମ ଆଦି ବୁଲି ଭିତ୍ତିଭୂମି, ସ୍ବାସ୍ଥ୍ୟସେବା,ବିଶୋଧନ ବ୍ୟବସ୍ଥା, ଖାଦ୍ୟର ମାନ ସହିତ ଅନ୍ୟାନ୍ୟ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ। ଏଥିସହିତ ସଂକ୍ରମିତ ରୋଗୀଙ୍କୁ ସେମାନଙ୍କର ଏଠାରେ ସୁବିଧା ଓ ଅସୁବିଧା ସମ୍ପର୍କରେ ଆଲୋଚନା କରିଥିଲେ। ଜିଲ୍ଲାପାଳଙ୍କ ଏହି କାର୍ଯ୍ୟକ୍ରମରେ ଜିଲ୍ଲାପ୍ରକଳ୍ପଧିକାରୀ ଦିଗନ୍ତ ରାଉତରାୟ,ଜଟଣୀ ବିଡ଼ିଓ ଦିଲ୍ଲୀପ କୁମାର ଷଡ଼ଙ୍ଗୀ,ତହସିଲଦାର ପ୍ରେମାଂଶୁ ଚାନ୍ଦଙ୍କ ସହିତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ।

ରିପୋର୍ଟ ସଞ୍ଜୀବ କୁମାର