
ଗଞ୍ଜାମ, ବୁଗୁଡା୦୫/୦୮{ଜିଲ୍ଲା ଖବର}ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣ ଏକ ବିରାଟ ରୂପ ଧାରଣ କରିଥିବା ବେଳେ ବୁଗୁଡ଼ା ନିକଟସ୍ଥ ବିରଞ୍ଚି ନାରାୟଣ ବାଳିକା ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ କରୋନା କରୋନା ସଂକ୍ରମଣ ଦ୍ବାରା ସହିଦ୍ ଯୋଦ୍ଧା ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ ପୂର୍ବକ ସମ୍ମାନ ଜଣାଇ ଥିଲେ। ସାମାଜିକ ଦୂରତା ବଜାୟ ରଖିବା ସହିତ ସମସ୍ତ କୋଭିଡ ଯୋଦ୍ଧା ମାନଙ୍କୁ ଏଭଳି ସମ୍ମାନ ପ୍ରଦାନ କରିଛନ୍ତି ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ପ୍ରମୋଦ କୁମାର ମହାପାତ୍ର, ବରିଷ୍ଠ ଶିକ୍ଷକ ପ୍ରମୋଦ କୁମାର ମହାପାତ୍ର, ସହକାରୀ ଶିକ୍ଷକ ଜଗନ୍ନାଥ ସୁତାର, ବିଳାସ କୁମାର ପୋଲାଇ, ରବିନ୍ଦ୍ର ବରିହା, ଅମୀୟ ଭୂୟାଁ, ବରିଷ୍ଠ ଶିକ୍ଷୟିତ୍ରୀ କାଦମ୍ବିନୀ ପାଣିଗ୍ରାହୀ, ସହକାରୀ ଶିକ୍ଷୟିତ୍ରୀ ଲକ୍ଷ୍ମୀପ୍ରିୟା ବେହେରା, ସଂଘମିତ୍ରା ରଥ, ସୁଜ୍ଞାନୀ ରାଜଗୁରୁ ସମେତ ଅନ୍ୟାନ୍ୟ କର୍ମଚାରୀ।
ରିପୋର୍ଟ ରତ୍ନାକର ଶିୟ


