Saturday, November 14, 2026
Home ଆଞ୍ଚଳିକ ବୃଦ୍ଧଙ୍କୁ ହତ୍ୟା ପୋଲିସର ତଦନ୍ତ ଜାରି

ବୃଦ୍ଧଙ୍କୁ ହତ୍ୟା ପୋଲିସର ତଦନ୍ତ ଜାରି

48

ସାନଖେମୁଣ୍ଡି,୫/୦୮(ଜିଲ୍ଲା ଖବର) : ବୁଧୁବାର ଦିନ ପାଟପୁର ଥାନା ଏସ ଗୋପାଳପୁର ପଞ୍ଚାୟତ ପ୍ରତାପଗିରି ଗ୍ରାମରେ ଏକ ବିଭତ୍ସ ହତ୍ୟାକାଣ୍ଡ ଦେଖିବାକୁ ମିଳିଛି।ପ୍ରତାପଗିରି ଗ୍ରାମର ଜଣେ ୭୨ ବର୍ଷୀୟ ବୃଦ୍ଧ ଗାଁ କୋଠ ଘରେ ଶୋଇ ଥିବା ବେଳେ ବେକ କାଟି ହତ୍ୟା କରାଯାଇଛି।ଯାହାକି ଏସ ଗୋପାଳ ପୁର ପଞ୍ଚାୟତ ରେ ଭୟ ର ବାତାବରଣ ସୃଷ୍ଟି ହୋଇଛି।ସବୁ ଦିନ ଭଳି ସେହି ଗ୍ରାମର ଅର କରଡା ପାତ୍ର ଗାଁ କୋଠ ଘରେ ଶୋଇ ଥିଲେ ପାଖରେ ଅନ୍ୟ ଚାରି ଜଣ ଲୋକ ମଧ୍ୟ ରାତି ରେ ଶୋଇ ଥିଲେ।ତଥାପି କେହି ଦୁର୍ବୁତ୍ତ ଆସି ଧାରୁଆ ଅସ୍ତ୍ର ସାହାଯ୍ୟ ରେ ବେକ ଟିକୁ ନିର୍ମମ ଭାବେ କାଟି ହତ୍ୟା କରି ଥିବାର ସକାଳୁ କରଡା ର ପୁଅ ଭୀମ ପାତ୍ର ଦେଖି ପାଟପୁର ପୋଲିସ କୁ ଖବର ଦେଇଥିଲା।ଘଟଣା ସ୍ଥଳକୁ ଆସିକା ଏସଡିପିଓ ସୂର୍ଯ୍ୟମଣି ପ୍ରଧାନ, ପାଟପୁର ଥାନା ଅଧିକାରୀ ଅଜୟ କୁମାର ବାରିକ, ଏସଅଇ ଶୁଭ୍ରଜିତ ସାମନ୍ତରା ସାଇଣ୍ଟିଫିକ ଟିମ ପହଞ୍ଚି ସନ୍ଧାନୀ କୁକୁର ସାହଯ୍ୟ ତଦନ୍ତ କରି ରକ୍ତ ଜୁଡୁବୁଡୁ ଅବସ୍ଥାରେ ପୋଲିସ ଶବ ଜବତ କରି ବ୍ରହ୍ମପୁର ବଡ଼ ମେଡିକାଲ କୁ ଶବ ବ୍ୟବଚ୍ଛେଦ ପାଇ ପଠେଇ ଥିଲା।ମୃତ ବ୍ୟକ୍ତି ଙ୍କ ପୁଅ ର ଏତଲା କ୍ରମେ ପୋଲିସ ୧୮୮/୨୦ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଛି।

ରିପୋର୍ଟ: ପ୍ରଫୁଲ୍ଲ ସାବତ।