
ବ୍ରହ୍ମପୁର,୦୫/୦୮{ଜିଲ୍ଲା ଖବର} ସ୍ଥାନୀୟ ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ ତରଫରୁ ରାଜ୍ୟର ସହୀଦ୍ କୋଭିଡ୍ ଯୋଦ୍ଧାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ସିଟି ହାଇ ସ୍କୁଲ ରୋଡ୍ ମାନସ ଭବନ ସମ୍ମୁଖରେ ଆଜି ସନ୍ଧ୍ୟା ଛଅ ଘଟିକା ସମୟରେ ଏକ ନୀରବ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇ ଯାଇଛି। ସଂଘ ସଭାପତି ସୁବାସ ଚନ୍ଦ୍ର ସାହୁ ମାମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ କ୍ରମେ ଅମର ଆତ୍ମା ମାନଙ୍କର ସଦଗତି କାମନା ପୂର୍ବକ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ଏଥିରେ ସର୍ବଶ୍ରୀ ଭଗବାନ ସାମଲ,ନୀଳମାଧବ ଜେନା,କୁନୁ ବେହେରା, ଲକ୍ଷ୍ମୀ ନାରାୟଣ ସାମଲ,ମହେନ୍ଦ୍ର ସାହୁ,ପ୍ରଦୀପ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ସେମାନଙ୍କ ତ୍ୟାଗପୂତ କର୍ତ୍ତବ୍ୟ ପରାୟଣତା ଓ ଆତ୍ମ ବଳିଦାନ ପ୍ରତି ସମ୍ମାନ ପ୍ରଦର୍ଶନ ସହ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ସଂଘ ସମ୍ପାଦକ ସୁବାସ ଚନ୍ଦ୍ର ସାହୁ ରୋଶନ୍ ଓ କୋଷାଧ୍ୟକ୍ଷ ଦୁର୍ଗାପ୍ରସାଦ ଆଚାର୍ଯ୍ୟ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
ରିପୋର୍ଟ ରତ୍ନାକର ଶିୟ


