
ବାଲିଗୁଡା,୦୫/୦୮{ଜିଲ୍ଲା ଖବର}କନ୍ଧମାଳ ଜିଲ୍ଲା ଅନ୍ତର୍ଗତ କ.ନୂଆଗାଁ ବ୍ଲକର କଞ୍ଜାମେଣ୍ଡି ପଞ୍ଚାୟତର ଚଣାପଦର ର ଜଣେ ଯୁବତୀ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡିଛି। ଚିହ୍ନଟ ଯୁବତୀ ଜଣକ ବୌଦ୍ଧ ରୁ ଫେରିଥିଲେ। ବୌଦ୍ଧ ରୁ ଫେରି କ.ନୂଆଗାଁ ବଜାରରେ ଏକ ରାକ୍ଷୀ ଦୋକାନରେ କାମ କରୁଥିଲେ। ତାଙ୍କର ଏକ ପରିବା ଦୋକାନ ମଧ୍ୟ ଅଛି। ତେବେ ଯୁବତୀ ଜଣକ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ପ୍ରଶାସନ ତରଫରୁ ଉକ୍ତ ରାକ୍ଷୀ ଦୋକାନକୁ ସିଲ୍ କରାଯାଇଛି। ସେ ଛଅଟି ପରିବାର ସଂସ୍ପର୍ଶରେ ଆସିଥିବା ସୂଚନା ମିଳିଛି । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ତରଫରୁ ନୂଆଗାଁ ବଜାର କୁ ସମ୍ପୂର୍ଣ୍ଣ ରୂପେ ସାନିଟାଇଜ କରାଯାଇଥିଲା। ପ୍ରଶାସନ ତରଫରୁ ଅତ୍ୟାବଶ୍ୟକ ସାମଗ୍ରୀ ସ୍ୱୀକୃତି ପ୍ରାପ୍ତ ବ୍ୟବସାୟୀଙ୍କ ଜରିଆରେ ଲୋକଙ୍କ ନିକଟରେ ପହଞ୍ଚିବ ବୋଲି ଜଣାଇଛନ୍ତି। ଏହାକୁ ଦୃଷ୍ଟିରେ ରଖି କ.ନୂଆଗାଁ ବ୍ଲକର କେତେକ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଓ କିଛି ଅଞ୍ଚଳକୁ ବଫର୍ ଜୋନ୍ ଭାବେ ଘୋଷଣା କରାଯାଇଛି।

ରିପୋର୍ଟସସୁକାନ୍ତ କୁମାର ତ୍ରିପାଠୀ



