Home ଆଞ୍ଚଳିକ ଜଟଣୀ ପ୍ରେସ୍ କ୍ଲବ୍ ପକ୍ଷରୁ ଓଡ଼ିଆ ପ୍ରେସ୍ ଦିବସ ପାଳିତ।

ଜଟଣୀ ପ୍ରେସ୍ କ୍ଲବ୍ ପକ୍ଷରୁ ଓଡ଼ିଆ ପ୍ରେସ୍ ଦିବସ ପାଳିତ।

14

ଜଟଣୀ,୦୪/୦୮{ଜିଲ୍ଲା ଖବର} ଅଗଷ୍ଟ ୪ ତାରିଖକୁ ଓଡ଼ିଆ ପ୍ରେସ୍ ଦିବସ ଭାବେ ପାଳନ କରାଯାଇଛି।୧୫୦ ବର୍ଷ ପୂର୍ବେ ସ୍ୱର୍ଗତ ଗୌରୀଶଙ୍କର ରାୟଙ୍କ ଦ୍ୱାରା ପ୍ରଥମ ଓଡ଼ିଆ ଖବରକାଗଜ ଆଜିର ଦିନରେ ପ୍ରଚଳିତ ହୋଇଥିଲା। ଏହି ଅବସରରେ ମଙ୍ଗଳବାର ଅପରାହ୍ନରେ ଜଟଣୀ ପ୍ରେସ୍ ଛକ ଠାରେ ଥିବା ପ୍ରେସ୍ କ୍ଲବ୍ କାର୍ଯ୍ୟାଳୟ ପରିସରରେ ଓଡ଼ିଆ ପ୍ରେସ୍ ଦିବସ ପାଳିତ ହୋଇଯାଇଛି। ଆଜିର ଏହି ଓଡ଼ିଆ ପ୍ରେସ୍ ଦିବସ ଅବସରରେ ଖବରକାଗଜର ଆବଶ୍ୟକତା ଓ ଏହାର ପ୍ରଭାବ ଉପରେ ସାମ୍ବାଦିକ ମାନେ ଆଲୋଚନା କରିଥିଲେ। ଏଥି ସହିତ ଖବରକାଗଜ ମାଧ୍ୟମରେ ସମାଜସେବା ଆଳରେ ଲୋକଙ୍କୁ ସେବା ଯୋଗାଇବାରେ ସଂକଳ୍ପବଦ୍ଧ ବୋଲି ସେମାନଙ୍କ ମନ୍ତବ୍ୟ ମାଧ୍ୟମରେ ସୂଚନା ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଫଟୋ ସାମ୍ବାଦିକ ଦୁଲାଲ୍ ସର୍ବଜ୍ଞ,ସାମ୍ବାଦିକ ବିରଞ୍ଚି ମହାନ୍ତି,ମହମ୍ମଦ ଇସମାଇଲ୍ ଅଲ୍ଲୀ, ସୁରେଶ କୁମାର ଛୋଟରାୟ, ସନ୍ତୋଷ କୁମାର ମହାପାତ୍ର,ଏସଭିଆର ମୂର୍ତ୍ତି,ରଙ୍ଗନାଥ ବେହେରା,ହରିହର ସ୍ବାଇଁ,ହୃଦାନନ୍ଦ, ସୁବ୍ରତ ନାୟକ,ବିଶ୍ୱଜିତ ସାମନ୍ତରାୟ,ସଞ୍ଜୀବ କୁମାର,ପ୍ରଶାନ୍ତ କୁମାର ସାହୁ,ଦେବପ୍ରସାଦ ଦାସଙ୍କ ସହିତ ସାମ୍ବାଦିକା ମମତା ବେହେରା ଉପସ୍ଥିତ ରହିଥିବା ବେଳେ ପ୍ରେସ୍ କ୍ଲବ୍ ର ଉପଦେଷ୍ଟା ତଥା କ୍ରୀଡାବିତ୍ ହେମନ୍ତ କୁମାର ସୁନ୍ଦରରାୟ ଓ ସଂଜିତ୍ କୁମାର ଦାସ ପ୍ରମୁଖ ଯୋଗ ଦେଇଥିଲେ।

ରିପୋର୍ଟ ସଞ୍ଜୀବ କୁମାର