Home ଆଞ୍ଚଳିକ ସାମ୍ବାଦିକଙ୍କୁ ଆରକ୍ଷୀ ଅଧିକ୍ଷକଙ୍କ ଦୁର୍ବ୍ୟହାର ନେଇ ସ୍ମାରକ ପତ୍ର ପ୍ରଦାନ

ସାମ୍ବାଦିକଙ୍କୁ ଆରକ୍ଷୀ ଅଧିକ୍ଷକଙ୍କ ଦୁର୍ବ୍ୟହାର ନେଇ ସ୍ମାରକ ପତ୍ର ପ୍ରଦାନ

38

ଧରାକୋଟ,୨୪/୭(ଜିଲ୍ଲା ଖବର): ଧରାକୋଟରେ ଗତ ୧୭ ତାରିଖ ଦିନ କେନ୍ଦ୍ରାପଡା ଜିଲ୍ଲା ପାଟକୁରା ନିର୍ବାଚନ ମଣ୍ଡଳୀର ଭୋଟ ଗ୍ରହଣ ପାଇଁ ପ୍ରଚାରରେ ଯାଇଥିବା ମୁଖ୍ୟମନ୍ତ୍ରୀଙ୍କ ସଭା ସ୍ଥଳ ନିକଟରେ କେନ୍ଦ୍ରାପଡା ଆରକ୍ଷୀ ଅଧିକ୍ଷକ ନ୍ୟୁଜ ୧୮ର ପ୍ରତିନିଧି ସଞ୍ଜୟ ମଲ୍ଲିକ ଓ ଅନ୍ୟ ଏକ ଘଟଣା କ୍ରମରେ ଅର୍ଗସ ଟିଭିର ମହିଳା ସାମ୍ବାଦିକ ସ୍ଵାତି ଜେନାଙ୍କୁ ଦୁର୍ବ୍ୟବହାର ପ୍ରତିବାଦରେ ସୋମବାର ଦିନ ଓଡିଶା ସାମ୍ବାଦିକ ସଂଘ ଓ ଡିଜିଟାଲ ମିଡ଼ିଆ ଆସୋସିଏନ ଓ ଧରାକୋଟ ପ୍ରେସ କ୍ଲବ ତରଫରୁ ଦୃଢ ନିନ୍ଦା କରାଯିବା ସହ ଆରକ୍ଷୀ ଅଧିକ୍ଷକଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉର୍ଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ଧରାକୋଟ ତହସିଲଦାର ଗଦାଧର ପାତ୍ରଙ୍କ ଜରିଆରେ ପ୍ରେରଣ କରାଯାଇଛି ।ଗଣତାନ୍ତ୍ରିକ ମହଲରେ ସମ୍ବାଦପତ୍ର ଓ ସାମ୍ବାଦିକଙ୍କ ଭୂମିକା ଗୁରୁତ୍ୱପୁର୍ଣ । ସମାଜର ସର୍ବନିମ୍ନ ମୌଳିକ ଅସୁବିଧା ଓ ସାଧାରଣ ଜନତାଙ୍କ ସ୍ୱରକୁ ଲୋକଲୋଚନକୁ ଆଣିବା ପାଇଁ ସାମ୍ବାଦିକ ଓ ସମ୍ବାଦପତ୍ର ଭୂମିକା ଅତି ଗୁରୁତ୍ୱ ପୁର୍ଣ ତେଣୁ ଏହାକୁ ଦୃଷ୍ଟିରେ ରଖି ସାମ୍ବାଦିକ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ବ ମାନ୍ୟତା ଦିଆଯାଇଛି । ପ୍ରଶାସନର ଅଣଦେଖା ଛତ୍ରଛାୟା ତଳେ କଣ୍ଠରୋଧ କରିବା ଉଦ୍ୟମକୁ ଦୃଢ଼ ଭାବରେ ନିନ୍ଦା କରାଯାଇଥିଲା । ଆଜିର କାର୍ଯ୍ୟକ୍ରମରେ ସାମ୍ବାଦିକ ରୁଦ୍ରନାରାୟଣ ପଣ୍ଡା, ବିଷ୍ଣୁ କେଶରୀ ଆଚାର୍ଯ୍ୟ ,ଗିରିଜା ପ୍ରସାଦ ଦାସ , ଶିଶିର କୁମାର ମହାନ୍ତି ,ରବୀନନ୍ଦନ ପ୍ରଧାନ , ଖିରୋଦ ଚନ୍ଦ୍ର ବେହେରା , ଶିବରାମ ସିଓ , ଅଶେଷ ପାତ୍ର ,ଶିବାଜୀ ଗଣେଶ ପଣ୍ଡା ,ହୃଦାନନ୍ଦ ଜେନା , ପୂର୍ଣଚନ୍ଦ୍ର ନାୟକ , ସାମିଲ ହୋଇଥିଲେ ।