Tuesday, October 13, 2026
Home ଆଞ୍ଚଳିକ କନ୍ଧମାଳ ଜିଲ୍ଲାର ପୂର୍ବତନ ବିଧାୟକ ସାହୁରା ମଲ୍ଲିକଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧ ଦିବସ।

କନ୍ଧମାଳ ଜିଲ୍ଲାର ପୂର୍ବତନ ବିଧାୟକ ସାହୁରା ମଲ୍ଲିକଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧ ଦିବସ।

102

ବାଲିଗୁଡା,୦୪/୦୮{ଜିଲ୍ଲା ଖବର} କନ୍ଧମାଳ ଜିଲ୍ଲାର ପୂର୍ବତନ ବିଧାୟକ ସାହୁରା ମଲ୍ଲିକଙ୍କ ସୁଡ୍ରା ଗ୍ରାମର ନିଜ ଘରେ ପରିବାର ସହିତ ସାମାଜିକ ଦୂରତା ରଖି ପ୍ରଥମ ବାର୍ଷିକ ଶ୍ରାଦ୍ଧ ଦିବସ ପାଳିତ ହୋଇଛି। ସେ କନ୍ଧମାଳ ଜିଲ୍ଲାରେ ପୂର୍ବରୁ ବିଧାୟକ ଭାବେ କାର୍ଯ୍ୟ କରିଥିଲେ। ତାଙ୍କର କାର୍ଯ୍ୟ କାଳ ସମୟରେ କଟକ ଠାରୁ ସୁଡ୍ରା ପର୍ଯ୍ୟନ୍ତ ଭାୟା ବାଲିଗୁଡା ଦେଇ ଓଡିଶା ସରକାରୀ ବସ ଚଳାଇ ଥିଲେ। ତାଙ୍କ ସମୟରେ ଭଲ ଡକ୍ଟର ମାନଙ୍କୁ ବାଲିଗୁଡା ଡାକ୍ତରଖାନା କୁ ଅଣାଇଥିଲେ। କନ୍ଧମାଳବାସୀ ଙ୍କ ପାଇଁ ସେ ପ୍ରେରଣା ର ପ୍ରତୀକ ଥିଲେ। ତାଙ୍କର ପ୍ରେରଣା ନିଜର ଜନ୍ମ ମାଟି ସୁଡ୍ରା ଠାରୁ ବାଲିଗୁଡା ପର୍ଯ୍ୟନ୍ତ ଅତି ଉଚ୍ଚ ମାନର ଥିଲା।ଆଜିର ଏହି ବାର୍ଷିକ ଶ୍ରାଦ୍ଧ ଦିବସରେ କନ୍ଧମାଳ ବାସୀଙ୍କ ପାଇଁ ପ୍ରିୟ ବିଧାୟକ ରୂପେ ପୂଜ୍ୟ ହୋଇ ପାରିଛନ୍ତି।

ରିପୋର୍ଟ ସୁକାନ୍ତ କୁମାର ତ୍ରିପାଠୀ