Saturday, November 14, 2026
Home ଆଞ୍ଚଳିକ ବିଶ୍ଵ ସଂସ୍କୃତି ଦିବସ ଅବସରରେ ବିଶ୍ଵ କଲ୍ୟାଣ ଭଜନ ସଭା।

ବିଶ୍ଵ ସଂସ୍କୃତି ଦିବସ ଅବସରରେ ବିଶ୍ଵ କଲ୍ୟାଣ ଭଜନ ସଭା।

37


ବ୍ରହ୍ମପୁର,୦୩/୦୮{ଜିଲ୍ଲା ଖବର}ରାଜ୍ୟର ସର୍ବବୃହତ୍ କଳାକାର ସଂଗଠନ “ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ” ତରଫରୁ ସ୍ଥାନୀୟ ପାତାଳେଶ୍ଵର ମନ୍ଦିର ପରିସରରେ ପାତାଳେଶ୍ଵର ଭଜନ ସଂଘର ଏକଚତ୍ଵାରିଂଶତମ ପ୍ରତିଷ୍ଠା ଦିବସ ଏବଂ ବିଶ୍ଵ ସଂସ୍କୃତି ଦିବସ କରୋନା ମହାମାରୀ ଜନିତ ପ୍ରଶାସନ କଟକଣାକୁ ଦୃଷ୍ଟିରେ ରଖି କେବଳ ବିଧି ରକ୍ଷା ଉଦ୍ଦେଶ୍ୟରେ ଅତି ସଂକ୍ଷେପର ଭାବରେ ପାଳନ କରାଯାଇଛି। ସଂଘ ସମ୍ପାଦକ ସୁବାସ ଚନ୍ଦ୍ର ସାହୁ ରୋଶନ୍ ଙ୍କ ତତ୍ତ୍ଵାବଧାନରେ ସଙ୍ଗୀତଜ୍ଞ ଲକ୍ଷ୍ମୀ ନାରାୟଣ ସାମଲ,ଯନ୍ତ୍ରସଙ୍ଗୀତବିତ୍ ନୀଳମାଧବ ଜେନା ଓ କନ୍ଧ ନାୟକ ଏବଂ କଣ୍ଠଶିଳ୍ପୀ ଭଗବାନ ସାମଲ ବିଶ୍ଵ କଲ୍ୟାଣାର୍ଥେ ଭଜନ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଭଜନ ସଂଘ ସଦସ୍ୟ ଶ୍ରୀନିବାସ ରାଓ କଳାକାର ମାନଙ୍କ ହସ୍ତରେ ରକ୍ଷା ବନ୍ଧନ ପୂର୍ବକ ସ୍ଵାଗତ ଜଣାଇଥିଲେ ଏବଂ ପରିଶେଷରେ ମନ୍ଦିର ପରିଚାଳନା କମିଟି ସଦସ୍ୟ ସୁଶାନ୍ତ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ମୋବାଇଲ୍ କନ୍ଫରେନ୍ସିଙ୍ଗ୍ ବ୍ୟବସ୍ଥା କ୍ରମରେ ଉଭୟ ଅନୁଷ୍ଠାନର ସଦସ୍ୟ-ସଦସ୍ୟା ମାନେ କାର୍ଯ୍ୟକ୍ରମ ଉପଭୋଗ କରିବା ସହ ବିଶ୍ଵ କଲ୍ୟାଣ ନିମନ୍ତେ ପ୍ରାର୍ଥନା କରିଥିଲେ।

ରିପୋର୍ଟ ରତ୍ନାକର ଶିୟ