Saturday, November 14, 2026
Home ଆଞ୍ଚଳିକ ପୁରପଲ୍ଲି ରୁ ଗହ୍ମା ଡିଆଁ ଉଭେଇଲା:ନିରାଡ଼ମ୍ବର ରେ ରକ୍ଷାବନ୍ଧନ ପର୍ବ ପାଳନ ହେଲା

ପୁରପଲ୍ଲି ରୁ ଗହ୍ମା ଡିଆଁ ଉଭେଇଲା:ନିରାଡ଼ମ୍ବର ରେ ରକ୍ଷାବନ୍ଧନ ପର୍ବ ପାଳନ ହେଲା

118

ଜଗନ୍ନାଥପ୍ରସାଦ,୩/୦୮(ଜିଲ୍ଲା ଖବର) : ଗଂଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଅଂଚଳ ରେ କୋରନା ର ପ୍ରଭାବ ଭି ପଡିଛି ରକ୍ଷାବନ୍ଧନ ପର୍ବ ରେ। ରାଖୀ ସହ ମିଠା ର ମଜା ଭି ଫିକା ପଡିଲା।ଘରେ ଘରେ ନିରାଡ଼ମ୍ବର ରେ ପାଳନ ହୋଇଛି ରକ୍ଷା ବନ୍ଧନ ପର୍ବ। ଭଉଣୀ ମନେ ମନ ପସନ୍ଦ ର ରାଖୀ ନ ପାଇ ମୋବାଇଲ ରେ ଭିଡ଼ିଓ କଲ ରେ ରାଖୀ ପର୍ବ ପାଳନ ଭି କରିଛନ୍ତି।ପୁର ପଲ୍ଲି ରେ କେବଳ ଛୋଟ ଛୁଆ ମାନେ ନିରାଡ଼ମ୍ବର ରେ ରାକ୍ଷୀ ପୁର୍ଣିମା ପାଳନ କରିବା ଦେଖା ଯାଉଛି। କୋରନା କଟକଣା ଯୋଗୁଁ ସାହି ସାହି ରେ ହେଉଥିବା ଗହ୍ମା ଡିଆଁ ପର୍ବ ଭି ବନ୍ଦ ହୋଇ ଯାଇଛି । ଧାନ ରୁଆ ସରିବା ପରେ ଚାଷୀ ମାନେ ହଳ ଲଙ୍ଗଳ ଆଜିର ଦିନରେ ପୂଜା କରି ରଖି ଦେବା ନିୟମ ଥିବା ବେଳେ,ଚଳିତ ବର୍ଷ ଧାନ ରୁଆ କାର୍ଯ୍ୟ ଭି ସାରିନାହିଁ।ତେଣୁ ବଳଭଦ୍ର ଙ୍କ ପୂଜା ରେ ଭି ଫିକା ପଡିଛି। ଶ୍ରାବଣ ମାସ ର ଶେଷ ସୋମବାର ପଡିବା ଯୋଗୁଁ ସାହି ସାହି ରେ ଛେଳି, ବୋଦା କଟା ଯିବା ପ୍ରଥା ଭି ବନ୍ଦ ହୋଇ ଯାଇଛି। କୋରନା ଓଡ଼ିଆ ଙ୍କ ସବୁ ପର୍ବ କୁ ଫିକା ପକେଇ ଦେବା ସାଧାରଣରେ ଚର୍ଚ୍ଚା ହେଉଛି।

ରିପୋର୍ଟ-ନିରାକାର ସାହୁ