
ବାଲିଗୁଡା,୦୩/୦୮ {ଜିଲ୍ଲା ଖବର}କନ୍ଧମାଳ ବାଲିଗୁଡାକୁ କଣ୍ଟେନମେଣ୍ଟ ଜୋନ ଭାବରେ କନ୍ଧମାଳ ଜିଲ୍ଲା ଡ଼ା ବୃନ୍ଦା ଡି ଘୋଷଣା କରିଛନ୍ତି। କନ୍ଧମାଳ ଜିଲ୍ଲା ର ବାଲିଗୁଡା ଠାରେ ଆଜି ବଜାର ଉପରେ ଚାରି ଚକିଆ ଓ ଦୁଇ ଚକିଆ ଗାଡି ଉପରେ ପୋଲିସ ପକ୍ଷରୁ ଯାଞ୍ଚ ପ୍ରକ୍ରିୟା କଡା କଡା ଭାବରେ ଆରମ୍ଭ କରାଯାଇଛି। ହେଲମେଟ୍ ଓ ମାସ୍କ ଉପରେ ଗୁରୁତ୍ୱ ଦିଆଯାଇ ଗାଡିଗୁଡିକ ଯାଞ୍ଚ କରି ରସିଦ କାଟି ଫାଇନ ଆଦାୟ କରୁଥିବାର ଦେଖିବାକୁ ମିଳିଛି। ଆଜି ହେଉଛି ରକ୍ଷା ବନ୍ଧନ ତଥାପି କରୋନା ମହାମାରୀର ପ୍ରଭାବ ରେ ବଜାର ଜନ ଶୂନ୍ୟ ହୋଇଛି। ପୋଲିସ ପକ୍ଷରୁ ଗାଡ଼ିରେ ପେଟ୍ରୋଲିଂ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି।
ରିପୋର୍ଟ ସୁକାନ୍ତ କୁମାର ତ୍ରିପାଠୀ



