
ଗଞ୍ଜାମ ଜିଲ୍ଲା କେଶପୁର ନିକଟସ୍ଥ ଖଣ୍ଡଦେଉଳ ଗ୍ରାମର ଯାଜ୍ଞସିନି ଗୌଡ଼ଙ୍କ ଚାରି ବର୍ଷର ଛୁଆ ଖେଳୁ ଥିବା ସମୟରେ କୋୖଣସି କାରଣରୁ ପଡ଼ିଯିବା ଯୋଗୁଁ ଗୋଟିଏ ଲୁହା ରଡ଼ ତାର ବେକ ପଟେ ପଶି ପାଟି ପଟେ ବାହାରି ଯାଇଥିଲା ସଙ୍ଗେ ସଙ୍ଗେ ତାକୁ ବ୍ରହ୍ମପୁର ମେଡିକାଲ ଅଣା ଯାଇଥିଲା କିନ୍ତୁ ବହୁ ସମୟ ଧରି ସେଠାକୁ ଡାକ୍ତର ନ ଆସିବାରୁ ଖଟରେ ପଡି ପିଲାଟି ଛଟ ପଟ ହେଉଥିଲା ଏହି କଷ୍ଟ ଦେଖି ସେଠାରେ କାର୍ଯ୍ୟରତ ସିକ୍ୟୁରିଟି ଗାର୍ଡ ପିଲାଟିର ଫଟୋ ପଠାଇ କିଛି ସାମ୍ବାଦିକଙ୍କ ସହଯୋଗ ଲୋଡିଲେ ତେବେ ଏହି ଖବର ଶୁଣି କିଛି ସାମ୍ବାଦିକ ବନ୍ଧୁ ମିଶି ଡାକ୍ତରଙ୍କୁ ଯୋଗାଯୋଗ କରି ଶେଷରେ ଶିଶୁ ବିଭାଗ ଡାକ୍ତର ପ୍ରଣୟ ପାଣିଗ୍ରାହୀ ନିଜଟିମ ସହ ପହଞ୍ଚି ଅପେରସନ ଆରମ୍ଭ କରିଥିଲେ ଓ କିଛି ସମୟ ମଧ୍ୟରେ ସଫଳତା ସହ ଲୁହା ରଡ଼ଟିକୁ ବାହାର କରିଥିଲେ ଏଥିରେ ଡାକ୍ତର ପାଣିଗ୍ରାହୀଙ୍କ ସହ DR ସ୍ୱରୂପ ମଲ୍ଲିକ,DR V ରାଜେଶ ସହଯୋଗ କରିଥିଲେ ତେବେ ବର୍ତ୍ତମାନ ପିଲାଟି ସୁସ୍ଥ ଅଛି ଓ ଶିଶୁ ବିଭାଗ ୱାର୍ଡରେ ଶିଶୁ ବିଭାଗ ମୁଖ୍ୟ DR ସୁନୀଲ ଅଗ୍ରୱାଲଙ୍କ ତତ୍ତ୍ଵାବଧାନରେ ଅଛି ଡାକ୍ତରଙ୍କ ତୁରନ୍ତ ପଦକ୍ଷେପ ଯୋଗୁଁ ନିରୀହ ଶିଶୁଟି ବଞ୍ଚିଗଲା ତେଣୁ ସମସ୍ତ ସାମ୍ବାଦିକ ମାନଙ୍କ ତରଫରୁ ଧନ୍ୟବାଦ ସହ ବୁଦ୍ଧିଯିବୀ ମହଲରୁ ସାଧୁବାଦ ଜଣାଇଛନ୍ତି।
ରିପୋର୍ଟ ଲକ୍ଷ୍ମୀ ନାରାୟଣ ମିଶ୍ର


