
ବାଲିଗୁଡା,୦୨/୦୮{ଜିଲ୍ଲା ଖବର} ବାଲିଗୁଡାକୁ କଣ୍ଟେନମେଣ୍ଟ ଜୋନ୍ ଭାବରେ କନ୍ଧମାଳ ଜିଲ୍ଲାପାଳ ଡ଼ା ବୃନ୍ଦା ଡି ଘୋଷଣା କରିଛନ୍ତି। କନ୍ଧମାଳ ଜିଲ୍ଲା ରେ ଥିବା ସମସ୍ତ ଔଷଧ ଦୋକାନ ଖୋଲା ରହିବ ଏବଂ ଜ୍ୱର,ଖାସ,ଥଣ୍ଡା,କଫ, ସ୍ଵାଦହୀନ,ଶ୍ବାସରୁଦ୍ଧ ଇତ୍ୟାଦି ଥିବାର ରୋଗୀ ମାନେ ଆସିଲେ ପ୍ରତ୍ୟେକ ଔଷଧ ଦୋକାନ ରେଜିଷ୍ଟରରେ ନାମ ଲେଖିବା ସହିତ ଫୋନ୍ ନଂ ଏବଂ ରୋଗୀ କେଉଁଥି ପାଇଁ ଔଷଧ ନେଉଛି ଇତ୍ୟାଦି ଲେଖିବାକୁ ଦର୍ଶାଯାଇଛି। କନ୍ଧମାଳ ଜିଲ୍ଲାପାଳ ଡ଼ା ବୃନ୍ଦା ଡି ଦେଇଥିବା ଚିଠି ଅନୁସାରେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ବାଲିଗୁଡା ତହସିଲଦାର କ୍ଷୀରାବ୍ଦୀ ତନୟା ସାହୁ ଔଷଧ ଦୋକାନ ଶୁକ୍ରବାର ଦିନ ବୁଲି ଦେଖିଥିଲେ। ଔଷଧ ଦୋକାନକୁ ଆସିଥିବା ରୋଗୀ ର ବିବରଣୀ ସନ୍ଧ୍ୟା ୬ଘଣ୍ଟ ସୁଧା NAC ଅଫିସରଙ୍କୁ ଜଣାଇବାକୁ କହିଥିଲେ।
ରିପୋର୍ଟ ସୁକାନ୍ତ କୁମାର ତ୍ରିପାଠୀ



