
ବାଲିଗୁଡା,୦୨/୦୮{ଜିଲ୍ଲା ଖବର}କନ୍ଧମାଳ ଜିଲ୍ଲାରେ ପ୍ରଶାସନ ନିର୍ଦ୍ଦେଶ କ୍ରମେ କେ.ନୂଆଗାଁ ବ୍ଲକର ସାରଙ୍ଗଗଡ଼ ଅଂଚଳ କୁ କଣ୍ଟେନମେଣ୍ଟ ଜୋନ,ବଫର ଜୋନ ଯୋଗୁଁ ଜନଜୀବନ ଗୁରୁତର ପ୍ରଭାବିତ ହୋଇଛି। ବଜାରରେ ମିଳୁଥିବା ଅତ୍ୟାବଶ୍ୟକ ସାମଗ୍ରୀ ପର୍ଯ୍ୟାପ୍ତ ପରିମାଣ ରେ ମିଳୁ ନଥିବା ରୁ ରାସନ ସାମଗ୍ରୀ ଦର ବଜାରରେ ଆକାଶଛୁଆଁ ହୋଇଛି। ସାରଙ୍ଗଗଡ଼ ପଂଚାୟତ ରେ ବସବାସ କରୁଥିବା ଅଧିକାଂଶ ଲୋକ ଦିନ ମଜୁରିଆ ଓ ଚାଷ କାର୍ଯ୍ୟ ଉପରେ ନିର୍ଭରଶୀଳ ହୋଇଥିବା ବେଳେ ଚାଷ ସାମଗ୍ରୀକୁ ବଜାର ରେ ଉଚିତ ମୂଲ୍ୟରେ ବିକ୍ରି କରିପାରୁନାହାନ୍ତି। କରୋନା କଟକଣା ଯୋଗୁଁ ଲୋକେ ରୋଗଗ୍ରସ୍ତ ହେଲେ ମଧ୍ୟ ଡାକ୍ତରଖାନା ଯିବାକୁ ଭୟ କରୁଥିବାର ଦେଖିବାକୁ ମିଳୁଛି। ଜିଲ୍ଲା ପ୍ରଶାସନ ସ୍ୱତନ୍ତ୍ର ଦୃଷ୍ଟି ଦେଇ କୋହଳ ମନୋବୃତ୍ତି ପୋଷଣ କରିବାକୁ ଦାବି ହେଉଛି।
ରିପୋର୍ଟ ସୁକାନ୍ତ କୁମାର ତ୍ରିପାଠୀ



