Home ଆଞ୍ଚଳିକ ଚାରି ଜଣଙ୍କ ମଧ୍ୟରେ ପାଳନହେଲା ବଳିଦାନର ପର୍ବ।

ଚାରି ଜଣଙ୍କ ମଧ୍ୟରେ ପାଳନହେଲା ବଳିଦାନର ପର୍ବ।

36

ଜଟଣୀ,୦୨/୦୮{ଜିଲ୍ଲା ଖବର}ମହାମାରୀ କରୋନା ସଂକ୍ରମଣ ଯୋଗୁଁ ସମସ୍ତ ଧର୍ମାନୁଷ୍ଠାନ ଗୁଡିକରେ ତାଲା ପଡିଛି। ଏହି ପରିପ୍ରେକ୍ଷୀରେ ଇସଲାମ୍ ଧର୍ମାବଲମ୍ବୀ ଙ୍କ ବଳୀଦାନର ପର୍ବ ଆଜି ଫିକା ପଡି ଯାଇଥିବା ଦେଖିବାକୁ ମିଳିଛି। ମୁସଲମାନ ଭାଇମାନଙ୍କ ଇଦ-ଉଲ-ଫିତର ପରେ ଏହା ଦ୍ବିତୀୟ ବଡ ପର୍ବ ଅଟେ। ଏହି ପର୍ବରେ ବଳିଦେବାର ପ୍ରଥା ରହିଥିବା ବେଳେ କରୋନା ମହାମାରୀ ଯୋଗୁଁ ଏହି ପ୍ରଥାରେ ବନ୍ଦ ରହିଥିବା ଦେଖିବାକୁ ମିଳିଥିଲା। ଶନିବାର ଏହି ଇଦ-ଉଲ-ଜୁହା ପର୍ବ ରହିଥିଲା ବେଳେ ମହାମାରୀ କରୋନା ଯୋଗୁଁ ସରକାରଙ୍କ ପକ୍ଷରୁ ଧର୍ମାନୁଷ୍ଠାନ ଗୁଡିକ ପ୍ରତିବନ୍ଧକ ଯୋଗୁଁ ମାତ୍ର ମୌଲବିଙ୍କୁ ମିଶାଇ ମୋଟ ୪ଜଣଙ୍କ ମଧ୍ୟରେ ସମୟ ମସଜିଦରେ ନମାଜ ପାଠ ହୋଇଥିଲା। ଏହି କ୍ରମରେ ଜଟଣୀ ସହରରେ ଥିବା ୬ଟି ମସଜିଦ ସହିତ ଜଟଣୀ ଅଂଚଳ ଗଡରଥୀପୁରରେ ଥିବା ୨ଟି, ବେଣାପଙ୍କରୀରେ ଥିବା ୨ଟି ଓ ଗତରାବୋଇରେ ଥିବା ୨ଟି ମସଜିଦ୍ରେ ସମୁହ ନମାଜପାଠ ହୋଇପାରିନଥିଲା। କେବଳ ପରମ୍ପରାକୁ ବଜାୟ ରଖିବାପାଇଁ ଆଜି ୪ଜଣଙ୍କ ମଧ୍ୟରେ ଏହି ପର୍ବ ପାଳନ ହୋଇଥିଲା। ସନ୍ଥ ସମୟ ମଧ୍ୟରେ ନମାଜପାଠ ସାରି ଲୋକେ ଘରକୁ ଫେରିଯାଇଥିବା ଦେଖିବାକୁ ମିଳିଥିଲା।

ରିପୋର୍ଟ ସଞ୍ଜୀବ କୁମାର