
ଜଟଣୀ,୦୨/୦୮{ଜିଲ୍ଲା ଖବର}ମହାମାରୀ କରୋନା ଯୋଗୁଁ ଜଟଣୀ ସହରରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଏଥିରେ ଅନେକ ସରକାରୀ କାର୍ଯ୍ୟାଳୟରେ ମଧ୍ୟ ଲୋକମାନଙ୍କୁ ସେବା ଯୋଗାଇବାରେ ବିଫଳ ହେଉଥିବା ଅଭିଯୋଗ ହୋଇଛି। ଏହି କ୍ରମରେ ଆଜି ଜଟଣୀର ମୂଖ୍ୟ ଡାକଘର ବନ୍ଦ ରହିଥିବା ବେଳେ ଡାକ ପଠାଇବାକୁ ଆସିଥିବା ଗ୍ରାହକମାନେ ଡାକ ବାକ୍ସର ଅବସ୍ଥାକୁ ଦେଖି ନିରାଶ ହୋଇ ଫେରିଛନ୍ତି। ଆଗକୁ ପାରମ୍ପରିକ ଗଣପର୍ବ ରକ୍ଷାବନ୍ଧନ ଉତ୍ସବ ରହିଛି। ମାତ୍ର ମହାମାରୀ କରୋନା ଯୋଗୁଁ ଦ୍ବିତୀୟ ପର୍ଯ୍ୟାୟ ଲକଡାଉନ ଜାରି ରହିଥିବା ବେଳେ ଶନିବାର ତୃତୀୟ ପର୍ଯ୍ୟାୟ ଅନଲକ୍ ଜାରି ହେବାପରେ ପୁର୍ବାହ୍ନରେ ପ୍ରାୟତଃ ଦୋକାନ ବଜାର ଖୋଲା ରହିଥିଲା। ଏନେଇ ସମସ୍ତ ରାକ୍ଷୀ ଦୋକାନ ଖୋଲା ରହିଥିବା ବେଳେ ରାକ୍ଷୀ ବ୍ୟବସାୟ ଆରମ୍ଭ ହୋଇଥିଲା। ଲୋକେ ରାକ୍ଷୀ ସହିତ ବିଭିନ୍ନ ଡାକ ପଠାଇବାଲାଗି ଶନିବାର ଜଟଣୀ ମୂଖ୍ୟ ଡାକଘରକୁ ଆସିଥିଲେ। ମାତ୍ର ମୂଖ୍ୟ ଡାକଘରଟି ଛୁଟି ଯୋଗୁଁ ବନ୍ଦ ରହିଥିଲା ବେଳେ ସମ୍ମୁଖରେ ଥିବା ଡାକବାକ୍ସର ଫାଟକ ଖୋଲା ରହିଥିବା ଦେଖିବାକୁ ପାଇଥିଲେ। ଲୋକମାନେ ଜରୁରୀ ଚିଠିପତ୍ର ଓ ରାକ୍ଷୀଧରି ଅନେକ ସମୟ ଅପେକ୍ଷା କରିବାପରେ ନିରାଶ ହୋଇ ଫେରିଯାଇଥିଲେ। ଏନେଇ ଜଟଣୀ ମୂଖ୍ୟ ଡାକଘରର ଜଣେ କର୍ମୀଙ୍କୁ ପଚାରିବାରେ ସେ କୁହନ୍ତି ଡାକଘରର ଡାକବାକୁ ଅଛନ୍ତି କିନ୍ତୁ, କାର୍ଯ୍ୟାଳୟ ବନ୍ଦ ରହିଛି। ତେବେ ଏହି ବନ୍ଦଯୋଗୁଁ ଲୋକେ ଫେରି ଯାଇଥିବେ ସୁଚନାଯେ, ବିଭିନ୍ନ ବର୍ଗର ଲୋକମାନଙ୍କ ପାଇଁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଯୋଗାଯୋଗ ଓ ବାର୍ତ୍ତା ପ୍ରେରକର ଅର୍ଥକାରୀ ଏକମାତ୍ର ଭରସା ଯୋଗ୍ୟ ବ୍ୟବସ୍ଥା ହୋଇଥିବା ବେଳେ କେନ୍ଦ୍ର ସରକାରଙ୍କ ଏହି ବ୍ୟବସ୍ଥା ବିଭିନ୍ନ ସମୟରେ ଏହାର ବ୍ୟତିକ୍ରମ ହେଉଥିବା ଲୋକେ ଅଭିଯୋଗ ଆଣୁଛନ୍ତି। ବିଗତ ଦିନରେ ଜଟଣୀରେ ଥିବା ଏହି ମୂଖ୍ୟ ଡାକଘରେ ଛାତରୁ ପାଣି ଗଳୁଥିବା ନେଇ ଅନେକ ପ୍ରସ୍ତାବିଜ ଗୁଡିକ ନଷ୍ଟ ହୋଇଯାଇଥିବା କର୍ମଚାରୀମାନେ ମତବ୍ୟକ୍ତ କରିଥିଲେ। ବାରମ୍ବାର ଅଭିଯୋଗ ପରେ ଦୀର୍ଘ ଦିନପରେ ଏହାର ପୁନଃରୁଦ୍ଧାର ହୋଇଥିଲା। ତେବେ ଏହି ଡାକସେବା ଲୋକମାନଙ୍କୁ ଉତ୍ତମ ରୁପରେ ଯୋଗାଇ ଦେବାଲାଗି ଦାବି ହୋଇଛି।
ରିପୋର୍ଟ ସଞ୍ଜୀବ କୁମାର



