Home ଆଞ୍ଚଳିକ ବେଆଇନ ମୋରମ ଚାଲାଣ।

ବେଆଇନ ମୋରମ ଚାଲାଣ।

20

ଜଟଣୀ,୦୨/୦୮{ଜିଲ୍ଲା ଖବର}ବେଆଇନ ଖଣି ଓ ଚୋରା ମୋରମ ଚାଲାଣର ପେଣ୍ଠସ୍ଥଳି କୁହାଯାଉଥିବା ଜଟଣୀ ସହରରେ ଦୀର୍ଘ ବର୍ଷରୁ ଏପରି ଧରପଗଡ ବ୍ୟବସ୍ଥା ପ୍ରଶାସନ ପକ୍ଷରୁ ଜାରି ରହିଛି। ବାରମ୍ବାର ଜୋରିମାନା ଦେଇ ଗାଡିଗୁଡିକୁ ମୁକୁଳାଇ ମାଫିଆମାନେ ପୁନଃ ଚୋରାଚାଲାଣ କରାଯାଉଥିବା ଅଭିଯୋଗ ହେଉଥିଲେ ମଧ୍ୟ ଏଥିରୁ କେହି ନିବୃତ ହେଉନାହାନ୍ତି। ଫଳରେ ଜଟଣୀ ତହସିଲ ଓ ଥାନାପକ୍ଷରୁ ଧରପଗଡ ଏକପ୍ରକାର ଡ୍ୟୁଟିରେ ପରିଣତ ହୋଇଛି। ତେବେ ଏହିପରି ଗତ ମାସ ୧୫ ତାରିଖରେ ଜଟଣୀ ତହସିଲଦାରଙ୍କ ପକ୍ଷରୁ ୫ଟି ଟ୍ରକ ଓ ୪ଟି ମିନିଟ୍ରକ ଧରାହୋଇଥିବା ବେଳେ ଏମାନେ ଜୋରିମାନା ଦେଇ ଗାଡିଗୁଡିକୁ ମୁକୁଳାଇ ନେଇଥିଲେ। ସେହିପରି ଆଜି ବେଆଇନଭାବେ ମୋରମ ଚାଲାଣ ହେଉଥିବା ବେଳେ ଜଟଣୀ ପୁଲିସ ୫ଟି ହାଇସ୍ ଟ୍ରକକୁ ଜବତ କରିଛି। ଏନେଇ ଜବତଟ୍ରକ ଗୁଡିକୁ ତହସିଲ୍ କାର୍ଯ୍ୟାଳୟକୁ ହସ୍ତାନ୍ତର କରିଛି।

ରିପୋର୍ଟ ସଞ୍ଜୀବ କୁମାର