
ଜଟଣୀ,୦୨/୦୮/୨୦ ପୁର୍ବତଟ ରେଳପଥର ଖୋର୍ଦ୍ଧାରୋଡ ରେଳମଣ୍ଡଳ ର ବରିଷ୍ଠ ମଣ୍ଡଳ ବାଣିଜ୍ୟ ପ୍ରବନ୍ଧକଭାବେ ଶ୍ରୀ ଅମିତେଶ ଆନନ୍ଦ ଆଜି କାର୍ଯ୍ୟରେ ଯୋଗଦେଇଥିଲେ। ଶ୍ରୀ ଆନନ୍ଦ ଉକ୍ତ ଖୋର୍ଦ୍ଧାରୋଡ ମଣ୍ଡଳ ବରିଷ୍ଠ ମଣ୍ଡଳ ପରିଚାଳନା ପ୍ରବନ୍ଧକଭାବେ କାର୍ଯ୍ୟକରିଛନ୍ତି। ଏଥି ସହିତ ଭାରତୀୟ ରେଳ ସେବାରେ ତାଙ୍କର ୮ବର୍ଷର ଅଭିଜ୍ଞତା ରହିଛି। ଭାରତୀୟ ରେଳପଥ ଟ୍ରାଫିକ ସେବା ୨୦୧୨ ବ୍ୟାଚ ଅଟନ୍ତି। ସେ ୨୦୦୪ ମସିହାରେ ନଭି ମୁମ୍ବାଇରେ ବିଜ୍ଞାନ ( ନ୍ୟୁଟିକାଲ ସାଇନ୍ସରେ ସ୍ନାତକ ଡିଗ୍ରୀ ହାସଲ କରିଥିବା ବେଳେ ମୁମ୍ବାଇର ମରଚୀଟ ନାଭିରେ ୪ ବର୍ଷ କାର୍ଯ୍ୟ କରିଛନ୍ତି। ଏଥିବ୍ୟତିତ ଭାରତୀୟ ରେଳପଥରେ ପ୍ରବନ୍ଧକ ଭାବେ ତାଳଚେର,ମଣ୍ଡଳ ପରିଚାଳନା ପ୍ରବନ୍ଧକ ଏବଂ ବରିଷ୍ଠ ମଣ୍ଡଳ ପରିଚାଳନା ପ୍ରବନ୍ଧକ ଖୋର୍ଦ୍ଧାରୋଡ) ପ୍ରଭୃତିରେ କାର୍ଯ୍ୟକରିବାର ଅଭିଜ୍ଞତା ରହିଛି। ତେବେ ଖୋର୍ଦ୍ଧାରୋଡ ରେଳପଥରେ ବରିଷ୍ଠ ମଣ୍ଡଳ ବାଣିଜ୍ୟ ପ୍ରବନ୍ଧକଭାବେ ଯୋଗଦେଇଥିବା ବେଳେ ଖୋର୍ଦ୍ଧାରୋଡ ମଣ୍ଡଳର ଉନ୍ନତି ଉପରେ ଚିନ୍ତା କରିବେ ବୋଲି କହିଛନ୍ତି।
ରିପୋର୍ଟ ସଞ୍ଜୀବ କୁମାର



