
ମହାମାରୀ କରୋନା ରେ ଆକ୍ରାନ୍ତ ହୋଇ ଦୀର୍ଘ ୧୦ ଦିନ ଧରି ମେଡିକାଲରେ ରହି କରୋନା ସହ ଲଢେଇ କରି ଶେଷରେ କରୋନା କୁ ହରେଇ ଆଜି ବିଜୟଲାଭ କରି ପୂର୍ବ ଖଣ୍ଡ ତାଲୁକାର ମାଁ ଦଣ୍ଡକାଳୀ ମୁଠାର ଜଣେ ଦକ୍ଷମୁଠା ସଭ୍ୟ ଶ୍ରୀ ଅଶୋକ ମହାରଣା ଆଜି ନିଜ ଗ୍ରାମ ସରଧାପୁର ଫେରିଛନ୍ତି। ଅଶୋକ ଭାଇ ଙ୍କୁ ଦକ୍ଷିଣ ଓଡିଶା ବିଶ୍ବକର୍ମା ସମାଜ (ବଢେଈ କୁଳ) ସଭାପତି ଶ୍ରୀ ସନ୍ତୋଷ ମହାରଣା ସହ ପୂର୍ବଖଣ୍ଡ ତାଲୁକା ର କର୍ମକର୍ତ୍ତା ଗଣ ତତସହିତ ଉତ୍କଳ ମହାରଣା ସମାଜ କର୍ମକର୍ତ୍ତା ଉପସ୍ଥିତ ରହି ଫୁଲତୋଡା ସହ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି। ସୁଶାନ୍ତ ମହାରଣା,ରାଜୁ ମହାରଣା, ପୂର୍ଣ୍ଣଚନ୍ଦ୍ର ମହାରଣା,ଦୁର୍ଯ୍ୟୋଧନ ମହାରଣା,ନିରଞ୍ଜନ ମହାରଣା, ରାମଚନ୍ଦ୍ର ମହାରଣା,ସିମାଞ୍ଜଳ ମହାରଣା ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ଖୁସି ବ୍ୟକ୍ତ କରିଛନ୍ତି।
ରିପୋର୍ଟ ରଜନୀକାନ୍ତ ପାତ୍ର


