Saturday, November 14, 2026
Home ଆଞ୍ଚଳିକ ଦୂଷିତ ପାଣି ବ୍ୟବହାର କରି କୁଶାପଲ୍ଲୀ ରେ ଝାଡା ବାନ୍ତି ରେ ବହୁ ବ୍ୟକ୍ତି ଆକ୍ରାନ୍ତ

ଦୂଷିତ ପାଣି ବ୍ୟବହାର କରି କୁଶାପଲ୍ଲୀ ରେ ଝାଡା ବାନ୍ତି ରେ ବହୁ ବ୍ୟକ୍ତି ଆକ୍ରାନ୍ତ

90

ଜଗନ୍ନାଥ ପ୍ରସାଦ,୩୧/୦୭(ଜିଲ୍ଲା ଖବର) : ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ କୁଶାପଲ୍ଲୀ ଗ୍ରାମରେ କୋଡିଏ ରୁ ଉର୍ଦ୍ଧ ଝାଡାବାନ୍ତିରେ ଆକ୍ରାନ୍ତ। ଖବର ନେବାରୁ ଜଣାଯାଇଛି କି ଗ୍ରାମ  ମଧ୍ୟରେ ଥିବା କୂଅ ରୁ ଦୂଷିତ ପାଣି ବ୍ୟବହାର କରି ଏହି ସମସ୍ୟା ଉପୁଜିଛି  l ଖବର ବ୍ୟାପିବା ପରେ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ଦାଶ କିରଣ କୁମାର  ଙ୍କ ନିର୍ଦେଶ ରେ ସ୍ଥାନୀୟ ହେଲଥ  ମୋବାଇଲ ଟିମ  ବିଭାଗ ଗ୍ରାମରେ ପହଂଚି ପରିସ୍ଥିତି କୁ ଅନୁଧ୍ୟାନ କରି ଗ୍ରାମ ରେ ରୋଗୀଙ୍କୁ ଚିକିତ୍ସା କରାଇଥିଲେ ଓ ଦାଣ୍ଡ ମଝିରେ ଥିବା କୂଅ କୁ ବ୍ଲିଚିଙ୍ଗ ପକାଇ ବିଶୋଧନ କରାଇ ଫେରିଥିଲେ କିନ୍ତୁ ପୁଣି ପରିସ୍ଥିତି ରେ ସୁଧାର ନ ଆସିବାରୁ   ବ୍ଲକ ପ୍ରଶାସନ ଓ ମେଡିକାଲ ସହଯୋଗ ରେ ସମସ୍ତ ରୋଗୀଙ୍କୁ ଜଗନ୍ନାଥପ୍ରସାଦ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆଣି ଚିକିତ୍ସା ଚାଲିଛି l ସ୍ଥାନୀୟ ବି ଡି ଓ ସୁରେଶ ଚନ୍ଦ୍ର ପଣ୍ଡା ଆସି ରୋଗୀଙ୍କ ସହ ଆଲୋଚନା କରିଛନ୍ତି ଡାକ୍ତରୀ ଦଳ ଓ ସ୍ଥାନୀୟ ହେଲଥ ୱାର୍କର ଙ୍କୁ ଏଥିପ୍ରତି ଦୃଷ୍ଟି ରଖିବାକୁ ପରାମର୍ଶ ଦେଇଛନ୍ତି l

ରିପୋର୍ଟ-ନିରାକାର ସାହୁ