
ଗଞ୍ଜାମ,(ବେଲଗୁଣ୍ଠା)୩୦/୦୭{ଜିଲ୍ଲା ଖବର} ମ୍ୟାଟ୍ରିକ ପରୀକ୍ଷାରେ ଆଶାନୁରୂପ ସଫଳତା ଅର୍ଜନ କରି ଅଞ୍ଚଳ ପାଇଁ ଖ୍ୟାତି ଆଣିଦେଇଛି ଛାତ୍ରଛାତ୍ରୀ।ଚଢିଆପଲ୍ଲୀ ଗ୍ରାମର ଚିନ୍ମୟୀ ରାଉତ ୯୪ପ୍ରତିଶତ ମାର୍କ ରଖିଥିବା ବେଳେ, ଉକ୍ତ ସଫଳତା ପାଇଁ ସେ ବାପା ମା ଓ ସାର୍ପ ଏଜୁକେସନକୁ ସଫଳତାର ଶ୍ରେୟ ଦେଇଛନ୍ତି ।ସେହିଭଳି ଆମ୍ବପୁଆ ପଞ୍ଚାୟତର ଛାତ୍ରୀ ସ୍ମୃତି ଶିଖା ପାତ୍ର ୯୪ପ୍ରତିଶତ ରଖି ଉତ୍ତୀର୍ଣ୍ଣ ହୋଇଥିବା ବେଳେ ବିବେକାନନ୍ଦ ଶିଶୁମନ୍ଦିର ଓ ବ୍ରାଇଟ ଏଜୁକେସନକୁ ସଫଳତାର ଶ୍ରେୟ ଦେଇଛନ୍ତି। ତନରଡା ଗ୍ରାମର ସପ୍ନାରାଣୀ ପ୍ରଧାନ ୯୦ପ୍ରତିଶତ ମାର୍କ ରଖି ସଫଳତା ହାସଲ କରିଥିବା ବେଳେ ସ୍ବାମୀ ବିବେକାନନ୍ଦ ଶାନ୍ତି ନିକେତନକୁ ସଫଳତାର ଶ୍ରେୟ ଦେଇଛନ୍ତି। କ୍ଷେତ୍ରୀୟ ବରପୁର ପଞ୍ଚାୟତ ନୂଆପଡା ଗ୍ରାମର ସ୍ବାଧିନ କୁମାର ଗୌଡ ୯୦ପ୍ରତିଶତ ମାର୍କ ରଖି ପାସ୍ କରିଥିବା ବେଳେ ସଫଳତାର ଶ୍ରେୟ ବିଶ୍ଵଭାରତୀ ଶିକ୍ଷାନୁଷ୍ଠାନ ଓ ପିତାମାତାଙ୍କୁ ଦେଇଛନ୍ତି ବେଲଗୁଣ୍ଠା ହାଟପଦାର ପ୍ରୀତି ରଞ୍ଜନ ସାହୁ ୯୪ପ୍ରତିଶତ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଥିବା ବେଳେ ସ୍ବାମୀ ବିବେକାନନ୍ଦ ଶିଶୁମନ୍ଦିର ଏବଂ ଗୁରୁଜୀ ଗୁରୁମାଙ୍କୁ ସଫଳତାର ଶ୍ରେୟ ଦେଇଛନ୍ତି। ଏଭଳି ସଫଳତା ହାସଲ ପରେ ବୁଦ୍ଧିଜୀବୀ ମହଲରେ ଉକ୍ତ ଛାତ୍ରଛାତ୍ରୀ ମାନଙ୍କ ଉଜ୍ଜଳ ଭବିଷ୍ୟତ କାମନାର ସୁଅ ଛୁଟିଆସୁଛି। ସମସ୍ତ ଛାତ୍ରଛାତ୍ରୀ ମାନେ ବଡହୋଇ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିବା ନିମନ୍ତେ ଚେଷ୍ଟା କରିବେ ବୋଲି କହିଛନ୍ତି।
ରିପୋର୍ଟ ଶିବରାମ ଚୌଧୁରୀ


