Wednesday, October 14, 2026
Home ଆଞ୍ଚଳିକ କନ୍ଧମାଳ ଗୋଇବନ୍ଧ ଚାଷୀ ପରିବାରର ମିନାକ୍ଷୀ ମଲ୍ଲିକ ଦଶମ ବୋର୍ଡ଼ ପରୀକ୍ଷାରେ ଟପ୍ପର।

କନ୍ଧମାଳ ଗୋଇବନ୍ଧ ଚାଷୀ ପରିବାରର ମିନାକ୍ଷୀ ମଲ୍ଲିକ ଦଶମ ବୋର୍ଡ଼ ପରୀକ୍ଷାରେ ଟପ୍ପର।

93

କନ୍ଧମାଳ,୩୦/୦୭(ଜିଲ୍ଲା ଖବର)କନ୍ଧମାଳ ଜିଲ୍ଲା ନୂଆଗାଁ ଅନ୍ତର୍ଗତ ମହାସିଙ୍ଗ ପଂଚାୟତର ଗୋଇବନ୍ଧ ଗ୍ରାମର ରାଜୀବ ଲୋଚନ ମଲ୍ଲିକଙ୍କ ପରିବାର ରୁହନ୍ତି। ବାପା ଜଣେ ଚାଷୀ ଅଟନ୍ତି ତାଙ୍କର ଝିଅ ମିନାକ୍ଷୀ ମଲ୍ଲିକ କୁ ଜଳାଶପଟା ବାଳିକା ବିଦ୍ୟାଳୟ ରେ ଅଧ୍ୟୟନ କରୁଥିଲେ। ଗତ ଦିନ ସେ ଦଶମ ବୋର୍ଡ଼ ପରୀକ୍ଷା ଦେଇ କନ୍ଧମାଳ ଜିଲ୍ଲାରେ ଟପ୍ପର ହୋଇ A1 ଗ୍ରେଡରେ ୫୫୬ ନମ୍ବର ରଖି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। କହିବାକୁ ଗଲେ ସେ ଦିନରେ ୧୦ ରୁ ୧୨ ଘଣ୍ଟା ପାଠ ପଢ଼ନ୍ତି। କନ୍ଧମାଳ ଜିଲ୍ଲାରେ ଟପ୍ପର ହୋଇ ପାସ କରିଥିବାରୁ ସେ ଆଗକୁ ଡାକ୍ତର ହେବାକୁ ଇଛା ରଖିଛନ୍ତି ଓ କନ୍ଧମାଳ ବାସୀଙ୍କର ଶୁଭେଚ୍ଛା ର ବାର୍ତ୍ତା ଛୁଟିବାରେ ଲାଗିଛି।

ରିପୋର୍ଟ ସୁକାନ୍ତ କୁମାର ତ୍ରିପାଠୀ