Home ଆଞ୍ଚଳିକ ଷ୍ଟେସନ ଅଞ୍ଚଳରେ ରେଳବାଇ ପକ୍ଷରୁ ପାଟ୍ରୋଲିଂ କଡ଼ାକଡ଼ି।

ଷ୍ଟେସନ ଅଞ୍ଚଳରେ ରେଳବାଇ ପକ୍ଷରୁ ପାଟ୍ରୋଲିଂ କଡ଼ାକଡ଼ି।

24


ଜଟଣୀ,୩୦/୦୭{ଜିଲ୍ଲା ଖବର}ମହାମାରୀ କରୋନା ସଂକ୍ରମଣ ଯୋଗୁଁ ସାରା ଦେଶରେ ଲକଡାଉନ୍ ଜାରି ରହିଛି। ଏ ନେଇ ରେଳପଥ ସମ୍ପରି ଓ ଯାତ୍ରୀମାନଙ୍କ ସୁରକ୍ଷା ନିମନ୍ତେ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛି। ରାଜ୍ୟ ତଥା ରାଜ୍ୟ ବାହାରୁ ୩୯ ହଜାରରୁ ଉର୍ଦ୍ଧ ପ୍ରବାସୀମାନଙ୍କୁ ଟ୍ରେନ୍ ଯୋଗେ ଆଣି ସେମାନଙ୍କ ଘରେ ସୁରକ୍ଷିତ ଭାବେ ପହଞ୍ଚାଇ ଥିବାରୁ ପୂର୍ବତଟ ରେଳପଥର ଖୋର୍ଦ୍ଧା ରୋଡ଼ ଡିଭିଜନ ପ୍ରସଂଶିତ ହୋଇଛି। ଏହି କ୍ରମରେ ବିଭିନ୍ନ ଅଞ୍ଚଳରୁ ଆସୁଥିବା ଟ୍ରେନ୍ ଯାତ୍ରୀମାନଙ୍କ ସୁରକ୍ଷା ନିମନ୍ତେ ଖୋର୍ଦ୍ଧାରୋଡ୍ ରେଳ ସୁରକ୍ଷାବଳ ପକ୍ଷରୁ ଖୋର୍ଦ୍ଧାରୋଡ ମଣ୍ଡଳ ଅଧୀନରେ ଥିବା ୧୦୦ଟି ଷ୍ଟେସନ ଓ ୩୪ଟି ପାସେଞ୍ଜର ହଲ ଗୁଡିକ ମଧ୍ୟରୁ ୭୨ଟି ଷ୍ଟେସନରେ ରେଳ ସୁରକ୍ଷାବଳଙ୍କୁ ନିୟୋଜିତ କରି ରେଳ ସମ୍ପତ୍ତିର ସୁରକ୍ଷା ଓ ନିରାପତ୍ତାକୁ ଗୁରୁତ୍ୱ ଦେଇଛି ବିଭାଗ।ଅନ୍ୟ ଅବଶିଷ୍ଟ ଷ୍ଟେସନ ଏବଂ ପାସେଞ୍ଜର ହଲ୍‌ଗୁଡିକରେ ଚେକିଂ ଓ ପାଟ୍ରୋଲିଂ କରାଯାଉଛି। ଏଥିସହ ରେଳ ଧାରଣା ପାର୍ଶ୍ବରେ ବସବାସ କରୁଥିବା ଅଧିବାସୀମାନଙ୍କୁ ବିଭିନ୍ନ ସରଳ ଓ ସହଜ ଉପାୟରେ ସତର୍କତା ତଥା ରେଳଧାରଣା ଅତିକ୍ରମ କରିବା ବେଳେ ସତର୍କତା ଏବଂ ବାହ୍ୟ ମଳମୁକ୍ତ ଓ ଅସାମାଜିକ କାର୍ଯ୍ୟରୁ ନିବୃତ ରହିବାକୁ ସଚେତନ କରୁଛନ୍ତି ରେଳ ସୁରକ୍ଷାବଳ ଅଧିକାରୀମାନେ। ଏନେଇ ଖୋର୍ଦ୍ଧାରୋଡ୍ ରେଳ ସୁରକ୍ଷାବଳ ଇନ୍ସପେକ୍ଟର ଏଲ୍ ଏନ୍ ସାହୁଙ୍କ ନେତୃତ୍ବରେ କର୍ତ୍ତବ୍ୟ ସମ୍ପାଦନ କରାଯାଉଛି।

ରିପୋର୍ଟ ସଞ୍ଜୀବ କୁମାର