Home ଆଞ୍ଚଳିକ ନବଜାତ ଶିଶୁ ପୁତ୍ର ଉଦ୍ଧାର।

ନବଜାତ ଶିଶୁ ପୁତ୍ର ଉଦ୍ଧାର।

52

ଜଟଣୀ,୩୦/୦୭{ଜିଲ୍ଲା ଖବର}ଜଟଣୀ ଥାନା ମଧୁସୁଦନ ନଗର ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ଘର ସମ୍ମୁଖରୁ ଏକ ନବଜାତ ଶିଶୁପୁତ୍ରକୁ ଖୋର୍ଦ୍ଧା ଚାଇଲ୍ଡଲାଇନ୍ ଉଦ୍ଧାର କରି ନିଜ ହେପାଜତକୁ ନେଇଛି।ଶିଶୁପୁତ୍ରଟି ଆଜି ଜନ୍ମଗ୍ରହଣ କରିଥିବା ବେଳେ ଏହାକୁ ଜଣେ ବାଳିକା ଓ ପୁରୁଷ ସ୍କୁଟିରେ ଆସି ମଧୁସୁଦନ ନଗରର କାଳିଆ ପରିଡ଼ାଙ୍କ ଘର ସମ୍ମୁଖରେ ଛାଡ଼ି ପଳାଇଥିଲେ। ବୁଧବାର ରାତି ପ୍ରାୟ ୮ଟାରେ ଜଣେ ବାଳିକା ଜଣେ ପୁରୁଷଙ୍କ ସହ ସ୍କୁଟିରେ ଆସି କିଛି ସମୟ ଛିଡ଼ା ହୋଇଥିଲେ। ସେଠାରେ ଜନଶୂନ୍ୟ ହେବାପରେ କାଳିଆଙ୍କ ଘର ସମ୍ମୁଖରେ ନବଜାତ ଶିଶୁଟିକୁ ରଖି କିଛି ଦୂରରେ ଯାଇ ମଧ୍ୟ ଛିଡ଼ାହୋଇ ରହିଥିଲେ। କାଳିଆଙ୍କ ପରିବାର ଲୋକେ ପିଲାଟିକୁ ଦେଖି କେହି ନଥିବା ଅବସ୍ଥାରେ କାନ୍ଦୁଥିବାରୁ ଘରକୁ ଆଣିଥିଲେ। ଏ ନେଇ କାଳିଆଙ୍କ ପରିବାର ଲୋକେ ଜଟଣୀ ଥାନାକୁ ଫୋନ୍ କରିଥିଲେ। ଖବରପାଇ ଜଟଣୀ ଥାନା ପୁଲିସ ଖୋର୍ଦ୍ଧା ଚାଇଲ୍ଡଲାଇନ୍‌କୁ ଅବଗତ କରିଥିଲା। ଚାଇଲ୍ଡଲାଇନ ଅଧିକାରୀ ପିଲାଟିକୁ ନିଜ ହେପାଜତକୁ ନେଇଥିଲେ।

ରିପୋର୍ଟ ସଞ୍ଜୀବ କୁମାର