Saturday, November 14, 2026
Home ଆଞ୍ଚଳିକ ବିଦ୍ଯୁତ ଆଘାତ ରେ ଶ୍ରମିକ ଖଦାଳ ଗୌଡ଼ ର ମୃତ୍ୟୁ

ବିଦ୍ଯୁତ ଆଘାତ ରେ ଶ୍ରମିକ ଖଦାଳ ଗୌଡ଼ ର ମୃତ୍ୟୁ

111

ଜଗନ୍ନାଥ ପ୍ରସାଦ,୨୯/୦୭(ଜିଲ୍ଲା ଖବର) : ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ କାଦୁଆ ପଂଚାୟତ ର ଝାଡ଼ସାହି ଠାରେ ଜଳଯୋଗାଣ କାର୍ଯ୍ୟ ଚାଲୁ ଥିବା ବେଳେ ରାସ୍ତା ଉପରେ ଯାଇଥିବା ବିଦ୍ଯୁତ ତାର ରେ ଲୁହା ପାଇପ ବାଜି ଶ୍ରମିକ ର ମୃତ୍ୟୁ ଘଟିଛି।ପ୍ରାଥମିକ ସୂଚନା ଅନୁଯାଇ ଝାଡ଼ସାହି ରେ ଜଳଯୋଗାଣ କାର୍ଯ୍ୟ ଚାଲୁଥିବା ସମୟ ରେ ଶ୍ରମିକ ଖଦାଳ ଗୌଡ଼ ଲୁହା ପାଇପ କୁ ଉପରକୁ ଉଠେଇଦେବାରୁ ଉପରେ ପଟେ ଯାଇଥିବା ବିଦ୍ଯୁତ ତାର ରେ ସଂଯୋଗ ହୋଇ ଆଘାତ ଲାଗିଥିଲା ସେ ସେଠି ଟଳି ପଡ଼ିଥିଲେ।ପ୍ରଥମେ ଅନ୍ୟ ଶ୍ରମିକ ମାନେ 108 କୁ କଲ କରିଥିଲେ, ସେ ନ ଆସିବାରୁ ଦମକଳ ଗାଡି ଯାଇ ଗୁରୁତର ଖଦାଳ କୁ ଜଗନ୍ନାଥ ପ୍ରସାଦ ମେଡିକାଲ କୁ ଆଣିଥିଲେ।ଡାକ୍ତର ଦାସ କିରଣ କୁମାର ଚିକିତ୍ସା କରିଥିଲେ।କିନ୍ତୁ ଖଦାଳ କିଛି ସମୟ ପରେ ମୃତ୍ୟୁ ବରଣ କରିଥିଲା ବୋଲି ଡାକ୍ତର ପ୍ରକାଶ କରିଛନ୍ତି। ଭଞ୍ଜନଗର ,ଜିଲୁଣ୍ଡି ନିକଟ ମଳାସପଦର ଗ୍ରାମର ନବୀନ ଗୌଡ଼ ର ପୁଅ ମୃତ ଖଦାଳ ଗୌଡ଼ ବୋଲି ଜଣା ଯାଇଛି।ପୋଲିସ ଘଟଣା ର ତଦନ୍ତ ଜାରି ରଖିଛି।

ରିପୋର୍ଟ-ନିରାକାର ସାହୁ