
ଜଗନ୍ନାଥ ପ୍ରସାଦ,୨୯/୦୭(ଜିଲ୍ଲା ଖବର) : ଗଂଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଳକ ଅନ୍ତର୍ଗତ ପଞ୍ଚଭୂତି ଗ୍ରାମରେ ୨ ଟି କୋରନା ପଜିଟିଭ ଚିହ୍ନଟ ହେବା ପରେ ପରିସ୍ଥିତି କୁ ନଜର ରେ ରଖି ସରପଞ୍ଚ ଶ୍ରୀମତୀ ପ୍ରମିଳା ଦୋରା ପଞ୍ଚାୟତ କୁ ୨୯/୦୭/୨୦ ରୁ ୩୧/୦୭/୨୦ ତାରିଖ ପର୍ଯ୍ୟନ୍ତ ଅର୍ଥାତ ୭୨ ଘଣ୍ଟା ସଟ ଡାଉନ ଘୋଷଣା କରିଛନ୍ତି। ପଂଚାୟତ ରେ ସରପଞ୍ଚ ଙ୍କ ସଭାପତିତ୍ୱ ରେ ହୋଇଥିବା ଜରୁରୀ ବୈଠକରେ ସମିତି ସଭ୍ୟ , ସମସ୍ତ ୱାଡ଼ ମେମ୍ବର ସଭ୍ୟ/ସଭ୍ୟା ମାନେ ଯୋଗ ଦେଇଥିଲେ। ଉକ୍ତ ଆଲୋଚନା ପରେ ପରିସ୍ଥିତି କୁ ଦେଖି ଆଜି 29/07/2020 ସକାଳ ୭ଟା ରୁ ୩୧ ତାରିଖ ରାତ୍ର ପର୍ଯ୍ୟନ୍ତ ସଟ ଡାଉନ କରାଯାଇଛି।କେବଳ ଔଷଧ ଓ କୃଷି ସାମଗ୍ରୀ ବିକ୍ରି ଦୋକାନ ବଜାର କୁ ଛାଡି ଦେଲେ ବାକି ସମସ୍ତ ଦୋକାନ ବଜାର ବନ୍ଦ ରହିଛି। ଯଦି କୌଣସି ବ୍ୟକ୍ତି ନିୟମ ଉଲଂଘନ କରନ୍ତି କଡା କାଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରପଞ୍ଚ ସୂଚନା ଦେଇଛନ୍ତି। ଏ ନେଇ ମଧ୍ୟ ସେ ସମସ୍ତ ପ୍ରଶାସନିକ ଅଧିକାରୀ ଓ ନିକଟସ୍ଥ ପୋଲିସ ଅଧିକାରୀ ଙ୍କୁ ଏକ ଚିଠି ଲେଖି ସମସ୍ତ ସୂଚନା ଦେଇଛନ୍ତି।ପଂଚାୟତ ବାସୀ,ଓ ବ୍ୟବସାୟୀ ମାନେ ସରପଞ୍ଚ ଙ୍କ କଥା ମାନି ଶାନ୍ତି ଶୃଙ୍ଖଳା ସହ ଦୋକାନ ବଜାର ବନ୍ଦ କରିଛନ୍ତି।
ରିପୋର୍ଟ-ନିରାକାର ସାହୁ


