Home ଆଞ୍ଚଳିକ କନ୍ଧମାଳ ଜିଲ୍ଲା କୁ ୧୦ ଦିନ ପାଇଁ ଲକଡାଉନ ଘୋଷଣା କଲେ ଜିଲ୍ଲାପାଳ

କନ୍ଧମାଳ ଜିଲ୍ଲା କୁ ୧୦ ଦିନ ପାଇଁ ଲକଡାଉନ ଘୋଷଣା କଲେ ଜିଲ୍ଲାପାଳ

16

ବାଲିଗୁଡ଼ା ୨୯/୦୭(ଜିଲ୍ଲା ଖବର) : କନ୍ଧମାଳ ଜିଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ଯୋଗୁ ଜିଲା ପ୍ରଶାସନ 29.07.2020 ଠାରୁ 07.08.2020 ରିଖ ପର୍ଯ୍ୟନ୍ତ ଏହି 10 ଦିନ ଧରି ଜିଲାକୁ ଲକ୍‌ଡାଉନ ରୂପେ ଘୋଷଣା କରିଛନ୍ତି | ଫୁଲବାଣୀ ଓ ବାଲିଗୁଡା କୁ କଣ୍ଟେନମେଣ୍ଟ ଜୋନ ଭାବରେ କନ୍ଧମାଳ ଜିଲ୍ଲାପାଳ ଡ଼ା ବୃନ୍ଦା ଡି ଘୋଷଣା କରିଛନ୍ତି | କଣ୍ଟେନମେଣ୍ଟ ଜୋନ ହେଇଥିବା ଅଞ୍ଚଳରେ ଦୋକାନ ବଜାର ବନ୍ଦ ରହିବ | ଏହି ସମୟରେ କେବଳ ଅତ୍ୟାବଶ୍ୟକୀୟ ସାମଗ୍ରୀ ପନିପରିବା, କ୍ଷୀର, ଫଳ ଇତ୍ୟାଦି ଅନ ଲାଇନ ମାଧ୍ୟମରେ ଯୋଗାଇ ଦିଆଯିବ | କୋଭିଡ୍‌ ନିୟମ ଉଲ୍ଲଂଘନ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଲକ୍‌ଡାଉନ ସମୟରେ ପେଟ୍ରୋଲ ପମ୍ପ, ବିଦ୍ୟୁତ ସେବା, ସ୍ବାସ୍ଥ୍ୟସେବା, ଅଗ୍ନୀଶମ, ଆମ୍ବୁଲାନ୍ସ, ଔଷଧ ଦୋକାନ ଦିନସାରା ଖୋଲା ରହିବ। ଅତ୍ୟାବଶ୍ୟକ ସାମଗ୍ରୀ କୁ ଛାଡି ଦେଲେ ଅନ୍ୟ ସବୁ ବନ୍ଦ ରହିବ। ଗ୍ରସୋରି ସାମାନ କିଣିବା ସମୟରେ ଦୁଇ ମିଟର ବ୍ୟବଧାନ ପାଳନ କରିବେ ତତ ସହିତ ବିନା ମାକ୍ସ ରେ ପ୍ରବେଶ ନିଷେଧ କୁ ଗୁରୁତ୍ୱ ଦିଆଯାଇଛି | ସମସ୍ତ ଦୋକାନୀ କୋଭିଡ 19 ନିୟମ ପାଳନ କରିବେ | ଅତି ଜରୁରୀକାଳୀନ ପରିସ୍ଥିତି ରେ ଯାନ ବାହାନ ଚଳାଚଳ ଉପରେ ଉପଜିଲ୍ଲାପାଳ ଙ୍କ ଅନୁମତିନେଇ ଯାତାୟତ କରିପାରିବେ |

ରୀପୋର୍ଟ: ସୁକାନ୍ତ କୁମାର ତ୍ରିପାଠୀ