Thursday, November 12, 2026
Home ଆଞ୍ଚଳିକ ଶୁଭମୁକ୍ତି ଅପେକ୍ଷାରେ ପୁଣି ଏକ କ୍ଷୁଦ୍ର ଚଳଚ୍ଚିତ୍ର ଅଭିପସା।

ଶୁଭମୁକ୍ତି ଅପେକ୍ଷାରେ ପୁଣି ଏକ କ୍ଷୁଦ୍ର ଚଳଚ୍ଚିତ୍ର ଅଭିପସା।

116

ଗଞ୍ଜାମ,୨୯/୦୭{ଜିଲ୍ଲା ଖବର}ଗଞ୍ଜାମ ନିଜର କଳା ସାହିତ୍ୟ ନୃତ୍ୟ ତଥା ଅଭିନୟ ପାଇଁ ଆଜି ସାରା ବିଶ୍ୱରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବେଳେ ପୁଣି କିଛି କଳାକାରଙ୍କ ମିଳିତ ପ୍ରୟାସରେ ତିଆରି ହୋଇସାରିଛି ଏକ କ୍ଷୁଦ୍ର କଳାତ୍ମକ ଚଳଚ୍ଚିତ୍ର ଅଭିପସା। ଏହି ଚଳଚ୍ଚିତ୍ର ଇଶା ଭିଜନ ଦ୍ୱାରା ପ୍ରସ୍ତୁତ କରାଯାଉଥିବା ବେଳେ ଏଥିରେ ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ଜାତୀୟ ପୁରସ୍କାର ବିଜେତା ଅଭିଳାଷ ଫିଲ୍ମର ନିର୍ଦ୍ଦେଶକ କ୍ରିଷ୍ଣା DK ,ବିଶିଷ୍ଟ ଅନ୍ତରାଷ୍ଟ୍ରୀୟ ଚିତ୍ରଶିଳ୍ପୀ ଗୁରୁ ଶ୍ରୀ ସ୍ଥିତଧୀ ରଥଙ୍କ ପ୍ରେରଣା ଏବଂ କଳା ନିର୍ଦ୍ଦେଶନାରେ ପ୍ରସ୍ତୁତ ହେବାକୁ ଥିବା ଚଳଚ୍ଚିତ୍ରରେ ବରିଷ୍ଠ କଳାକାର ପ୍ରୀତିରଞ୍ଜନ ପ୍ରଧାନ ଏବଂ ହିଂଜିଳିକାଟୁର ନୃତ୍ୟ କଳା ଗବେଷଣା କେନ୍ଦ୍ର ନୃତ୍ୟମର କୁନି ଓଡିଶୀ ନୃତ୍ୟ ଶିଳ୍ପୀ E.ସଞ୍ଚିତା ପାତ୍ର ଅଭିନୟ ମାଧ୍ୟମରେ ନିଜର ପରାକାଷ୍ଠା ଦେଖାଇଛନ୍ତି। ଫିଲ୍ମର କଥା ବିଷୟ ବସ୍ତୁ ପରିକଳ୍ପନା ଏବଂ କାହାଣୀ ବାସ୍ତୁବିତ ସନ୍ୟାସୀ ମହାରଣାଙ୍କ ଦ୍ୱାରା ସରଞ୍ଚନା କରାଯାଇଥିବା ବେଳେ ଫିଲ୍ମର କଥା ବିଷୟ ମଧ୍ୟବିତ୍ତ ପରିବାର ସଂଘର୍ଷ ଏବଂ କରୋନା ଯୋଦ୍ଧାଙ୍କ ଦାୟିତ୍ଵ ଏବଂ କର୍ତ୍ତବ୍ୟ ଉପରେ ପର୍ଯ୍ୟବେସିତ। ପୂର୍ବରୁ ମର୍ତ୍ତ୍ୟପୁରରେ ଯମରାଜ ଭଳି ଅନ୍ତର୍ଜାତୀୟ ପୁରସ୍କାର ପ୍ରାପ୍ତ ଅନୁଷ୍ଠାନ ଦ୍ୱାରା ସାମାଜିକ କଥା ବିଷୟବସ୍ତୁ ସହ ପୁନଃ ଏକ ସଚେତନାଧର୍ମୀ ଚଳଚ୍ଚିତ୍ର ହିଂଜିଳିକାଟୁର ନୃତ୍ୟମ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ଯୁବ ନିର୍ଦ୍ଦେଶକ କ୍ରୀଷ୍ଣାଙ୍କର ବଳିଷ୍ଠ ସଂଯୋଜନାରେ ପ୍ରସ୍ତୁତ ହୋଇଥିବାରୁ ପ୍ରଯୋଜକ ଖୁସି ବ୍ୟକ୍ତ ପ୍ରକାଶ କରିଥିବାର ଜଣା ପଡ଼ିଛି। ଏହି ଚଳଚ୍ଚିତ୍ରରେ କୁକୁଡାଖଣ୍ଡି BDO ଶ୍ରୀ ଗଦାଧର ପାତ୍ର ଆୟୁର୍ବେଦିକ କଲେଜର ବରିଷ୍ଠ ପ୍ରାଧ୍ୟାପକ ଡା. ବିମଳ କୁମାର ପଣ୍ଡା ଏବଂ ସଦର ଥାନାର ASI ସୁରେଶ ସାହୁ ପ୍ରମୁଖ ଅବଦାନ ଦେଇଥିଲେ। ଫିଲ୍ମରେ ଚିତ୍ରତ୍ତୋଳନ ଦାୟିତ୍ୱ T.ଶ୍ରୀନୁ କରିଥିବା ବେଳେ ଫିଲ୍ମର ଏଡିଟିଙ୍ଗ ଦାୟିତ୍ୱରେ G.ଲୋହିତ ରାଓଙ୍କ ସମେତ ମୁଖ୍ୟ ସହଯୋଗୀ ଭାବେ ଗୋପାଳ ମହାନ୍ତି,ସୋମନାଥ ବେହେରା,ରବୀନ୍ଦ୍ରନାଥ ସାହୁ, ସଦାନନ୍ଦ ସାହୁ,ବିକାଶ ମହାରଣା ପ୍ରମୁଖ ସହଯୋଗ କରିଥିଲେ। ଏହି ଚଳଚ୍ଚିତ୍ର ନିର୍ମାଣ ହିଂଜିଳିକାଟୁ ଏବଂ କୁକୁଡାଖଣ୍ଡି ବ୍ଲକର ଆଙ୍କୁଶପୁର ତଥା ତାର ନିକଟବର୍ତ୍ତୀ ଅଞ୍ଚଳରେ ହୋଇଥିବା ବେଳେ ପ୍ରଯୋଜକ ଶ୍ରୀମତୀ ରିତା ମହାରଣା ଏହାର ବିପୁଳ ସଫଳତା କାମନା କରିଛନ୍ତି।

ରିପୋର୍ଟ ରତ୍ନାକର ଶିୟ