
ବାଲିଗୁଡା,୨୯/୦୭{ଜିଲ୍ଲା ଖବର}: ସମଗ୍ର ଜିଲ୍ଲାରେ କରୋନା ମହାମାରୀ ଲାଗି ରହିଥିବା ସମୟରେ ବିଭିନ୍ନ ସ୍ଥାନରେ କିଛି ଦିନ ହେବ ଦେଖିବାକୁ ମିଳୁଛି ନକଲି ଅଣ୍ଡା କାରବାର। ଗତକାଲି ବାଲିଗୁଡା ରେ ଜଣେ ବ୍ୟକ୍ତି ନିଜ ଘରେ ଅଣ୍ଡା ଆଣି ରୋଷେଇ କରିବା ପାଇଁ ଅଣ୍ଡା ସିଝେଇଥିଲେ ହେଲେ ଅଣ୍ଡା ସିଝିବା ପରିବର୍ତ୍ତେ ଦର ସିଝା ରହିଥିଲା ଓ ଭିତରୁ ଆଣ୍ଡା ଗୁଡିକରୁ ଦୁର୍ଗନ୍ଧ ବାହାରିଥିଲା ଅଣ୍ଡା ଭିତର ସୁତା ପରି ଲମ୍ବୁଥିଲା ଫଳରେ ପରିବାର ଲୋକେ ଅଣ୍ଡା କୁ ନକଲି ଅଣ୍ଡା ବୋଲି ଜାଣିବାକୁ ପାଇଥିଲେ। ଉକ୍ତ ଅଣ୍ଡା କୁ ସ୍ଥାନୀୟ ଲୋକ ମାନଙ୍କୁ ଦେଖାଇଥିଲେ। ତେବେ ଏହି ଅଣ୍ଡା କେଉଁଠାରୁ ଆସିଲା ତୁରନ୍ତ ପ୍ରଶାସନ ତଦନ୍ତ କରିବାକୁ ଦାବି ହୋଇଛି ବୋଲି ଶୁଣିବାକୁ ମିଳିଛି। ଫଳରେ ବାଲିଗୁଡା NAC ଅଞ୍ଚଳରେ ଏହା ଚାଞ୍ଚଲ୍ୟତାର ରୂପ ନେଇଛି।
ରିପୋର୍ଟ ସୁକାନ୍ତ କୁମାର ତ୍ରିପାଠୀ



