
ବାଲିଗୁଡା,୨୮/୦୭{ଜିଲ୍ଲା ଖବର}:କନ୍ଧମାଳ ଜ଼ିଲ୍ଲା ସାରଙ୍ଗଡ଼ ଗାଁ ର ବିଷୋୟୀ ସାହିରେ ଗତ ରବିବାର ସନ୍ଧ୍ୟାରେ ପୂର୍ବତନ ସରପଞ୍ଚ ବ୍ରଜରାଜ ବିଷୋୟୀଙ୍କୁ ଟାଙ୍ଗିଆରେ ହତ୍ୟା କରାଯାଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବିଲରେ ପାଣି ମଡ଼ାଇବା କୁ ନେଇ ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି। ସକାଳେ ଚାଷ ଜମିରେ ପାଣି ମଡ଼େଇବାକୁ କେନ୍ଦ୍ରକରି ଦୁହିଁଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା ଓ ସନ୍ଧ୍ୟା ରେ ଅଭିଯୁକ୍ତ ସେହି ସାହିର ଡେପୁଟି ବିଷୋୟୀ ନିଜ ଘରକୁ ଡାକିଆଣି ହତ୍ୟା କାରୀ ଘର ବାରଣ୍ଡାରେ ଟାଙ୍ଗୀଆରେ ଆକ୍ରମଣ କରିଥିଲା। ହତ୍ୟା କରିଥିବା ପ୍ରତ୍ୟକ୍ଷଦର୍ଶୀ ଠାରୁ ପ୍ରକାଶ ସେ ତଳେ ଟଳିପଡି ଥିଲେ। ବ୍ରଜରାଜ ବିଷୋୟୀଙ୍କୁ ଗୁରୁତର ଅବସ୍ଥାରେ ସାରଙ୍ଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା ଡ଼କ୍ଟର ତାଙ୍କୁ ସେଠାରେ ମୃତ ଘୋଷଣା କରିଛନ୍ତି। ପରିବାର ପକ୍ଷରୁ ସାରଙ୍ଗଡ଼ ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ ଶବକୁ ଜବତ କରି ତଦନ୍ତ ଚଲାଇଛନ୍ତି।
ରିପୋର୍ଟ ସୁକାନ୍ତ କୁମାର ତ୍ରିପାଠୀ



