
ଶେରଗଡ଼,୨୮/୦୭{ଜିଲ୍ଲା ଖବର}କରୋନା ଦିନକୁ ଦିନ ବେକାବୁ ହେବାରେ ଲାଗିଛି। ବିଭିନ୍ନ ନୀତିନିୟମ,ସଚେତନ ହେବା ସତ୍ତ୍ବେ କରୋନା ଆକ୍ରାନ୍ତ ବଢିବା ସହ ମୂଲ୍ଯବାନ ଜୀବନ ଚାଲି ଯାଉଛି।ଠିକ୍ ସେଭଳି ଶେରଗଡ଼ ବ୍ଲକ ଅନ୍ତର୍ଗତ ଠୁରୁବୁରାଇ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଯୁବ ଶିକ୍ଷକ ବଶିଷ୍ଠ ପ୍ରହରାଜ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ପ୍ରାଣତ୍ୟାଗ କରିଛନ୍ତି।ଯାହା ଅଞ୍ଚଳରେ ଶୋକର ଛାୟା ଖେଳିବା ସହ ଶିକ୍ଷକ ସମାଜରେ ସେମାନଙ୍କ ସୁରକ୍ଷାକୁ ନେଇ ପ୍ରଶାସନ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି।କାରଣ ଶ୍ରୀ ପ୍ରହରାଜ ହୁଅନ୍ତୁ ଅବା ସମସ୍ତ ଶିକ୍ଷକ ସମାଜ ସରକାରଙ୍କ ଆଦେଶକୁ ମାନି କ୍ବାରେଣ୍ଟାଇନ୍ ସେଣ୍ଟରରେ କାର୍ଯ୍ୟରତ ଥିଲେ। ବିଡମ୍ବନାର ବିଷୟ ସ୍ବାସ୍ଥ୍ଯକର୍ମୀ ମାନଙ୍କ ପରି ଶିକ୍ଷକ ମାନଙ୍କ ସୁରକ୍ଷା ପ୍ରତି ପ୍ରଶାସନ ତିଳେମାତ୍ର ସମ୍ବେଦନଶୀଳ ନଥିବା ଯୋଗୁଁ ଗୋଟିଏ ପରେ ଗୋଟିଏ ଶିକ୍ଷକ କରୋନା ଆକ୍ରାନ୍ତ ହୋଇ ପ୍ରାଣ ହରାଇବା ଶିକ୍ଷକ ସମାଜ କ୍ଷୋଭ ପ୍ରକଟ କରିଛନ୍ତି। ତେବେ ମେଳାପୀ,ଛାତ୍ରବତ୍ସଳ,ମିଷ୍ଟଭାଷୀ ଯୁବ ଶିକ୍ଷକଙ୍କ ଦେହାନ୍ତ ପରେ ସଂପୂର୍ଣ୍ଣ ଅଞ୍ଚଳ,ଶିକ୍ଷକ ସମାଜ ବିଶେଷ କରି ତାଙ୍କର ଛାତ୍ରଛାତ୍ରୀ ମାନଙ୍କ ମଧ୍ଯରେ ଗଭୀର ଆଘାତ ପହଞ୍ଚିଛି। ଆପଣାର ଶିକ୍ଷକଙ୍କୁ ମନେ ପକାଇ ଛାତ୍ରଛାତ୍ରୀ,ବନ୍ଧୁ,ପରିଜନ ଗ୍ରାମବାସୀ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଅମର ଆତ୍ମାର ସଦଗତି କାମନା କରିବା ଦେଖାଯାଇଛି।ତତ୍ ସହିତ କରୋନା ମହାମାରୀ ଯୁଦ୍ଧରେ କାର୍ଯ୍ୟରତ ଶିକ୍ଷକ ମାନଙ୍କୁ ମଧ୍ଯ କରୋନା ଯୋଦ୍ଧା ଭାବେ ଘୋଷଣା କରି ସମସ୍ତ ସୁବିଧା ସୁଯୋଗ ଯୋଗାଇଦେବା ସହ ଦେହାନ୍ତ ପରେ ସରକାରୀ ସହାୟତା ପାଇଁ ସମାଜରେ ଦାବି ଗୁଞ୍ଜରିତ ହେବା ପରିଲକ୍ଷିତ ହେଉଛି।
ରିପୋର୍ଟ ରତ୍ନାକର ଶିୟ


