
ଖୋର୍ଦ୍ଧା,୨୮/୦୭{ଜିଲ୍ଲା ଖବର}ଖୋର୍ଦ୍ଧାରୋଡ୍ ରେଳ ସୁରକ୍ଷାବଳ ଯାତ୍ରୀମାନଙ୍କୁ ସୁରକ୍ଷାଦେବା ଏବଂ ସେମାନଙ୍କ ନିରାପତ୍ତା ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିଥିବା ଜାଣିବାକୁ ମିଳିଛି। ନିକଟରେ ରେଳ ସୁରକ୍ଷାବଳ କର୍ମଚାରୀ ମାନେ ଟ୍ରେନ୍ରୁ ମିଳିଥିବା ଯାତ୍ରୀମାନଙ୍କ ମୂଲ୍ୟବାନ ଜିନିଷ ଛାଡ଼ିଦେଇ ଚାଲିଯାଇଥିବା ଯାତ୍ରୀମାନଙ୍କୁ ଫେରାଇ ସେମାନଙ୍କ କର୍ତ୍ତବ୍ୟ ନିଷ୍ଠାର ନିଦର୍ଶନ ଦେଖାଇଥିଲେ। ମୁମ୍ବାଇ- ଭୁବନେଶ୍ବର କୋଣାର୍କ ଏକ୍ସପ୍ରେସରୁ ଜଣେ ଯାତ୍ରୀଙ୍କର ମିଳିଥିବା ଏକ କଳାବ୍ୟାଗ ଏବଂ ସେଥିରେ ଥିବା ସ୍ୱର୍ଣ୍ଣ ଅଳଙ୍କାର, ରୂପାପାଉଁଜି,ବ୍ୟାଙ୍କ ଖାତା ଏବଂ ୨ହଜାର ଟଙ୍କା ମୂଲ୍ୟର ପୋଷାକ ଛାଡି ଚାଲିଯାଇଥିବା ଯାତ୍ରୀଙ୍କୁ ଫେରାଇ ଦିଆଯାଇଛି। ନୂଆଦିଲ୍ଲୀ-ଭୁବନେଶ୍ବର ରାଜଧାନୀ ଏକ୍ସପ୍ରେସ୍ର ଏଚ-୧ କୋରୁ ମିଳିଥିବା ୧୦ହଜାର ଟଙ୍କା ମୂଲ୍ୟର ମୋବାଇଲ ଫୋନ,ଚାର୍ଜର ଇତ୍ୟାଦି ଯାତ୍ରୀଙ୍କ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରିଛି ସୁରକ୍ଷା ବଳ। ପୁରୁଷୋତ୍ତମ ଏକ୍ସପ୍ରେସରୁ ମିଳିଥିବା ୨୫ହଜାର ଟଙ୍କାର ଏଲଇଡି ଟିଭି,ଗ୍ୟାସ୍ ଷ୍ଟୋଭ,ଜରୁରୀ କାଗଜପତ୍ର ଗୁଡିକୁ ଉକ୍ତ ଯାତ୍ରୀଙ୍କୁ ପ୍ରଦାନ କରାଯାଇଛି। ଏହି ମହାନତା ପାଇଁ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ପ୍ରସଂଶାର ସୁଅ ଛୁଟିଛି।
ରିପୋର୍ଟ ସଞ୍ଜୀବ କୁମାର



