Wednesday, November 11, 2026
Home ଆଞ୍ଚଳିକ ବି.ଜେ. ଡି ର ସୁସଂଗଠକ କୈଳାଶ ସାହୁ ଙ୍କୁ ଏକାଦଶାହରେ ଗଭୀର ଶ୍ରଦ୍ଧାଞ୍ଜଳି

ବି.ଜେ. ଡି ର ସୁସଂଗଠକ କୈଳାଶ ସାହୁ ଙ୍କୁ ଏକାଦଶାହରେ ଗଭୀର ଶ୍ରଦ୍ଧାଞ୍ଜଳି

57

ଜଗନ୍ନାଥ ପ୍ରସାଦ,୨୭/୦୭(ଜିଲ୍ଲା ଖବର) : ବି.ଜେ. ଡି ଦଳ ର ଜଣେ ସୁ ସଂଗଠକ ଭାବେ ପରିଚିତ ତଥା କୁଡୁତେଇ ଗ୍ରାମପାୟତର ର ସରପଞ୍ଚ ରିତା ସାହୁ ଙ୍କ ସ୍ୱାମୀ କୈଳାଶ ସାହୁ ଙ୍କ 64 ବର୍ଷ ବୟସ ରେ ମୃତ୍ୟୁ ହୋଇଛି।ସେ ପୂର୍ଵ ରୁ କୁଡୁତେଇ ପଞ୍ଚ।ୟତ ର ସମ୍ପାଦକ ରହି ପରବର୍ତ୍ତୀ ସମୟ ରେ କବିସୂର୍ଯ୍ୟ ନଗର ପଂଚାୟତ ନିର୍ବାହୀ ଅଧିକାରୀ ରୂପେ କାର୍ଯ୍ୟ କରି ଅବସର ନେଇଥିଲେ।ସାମାଜିକ ସେବା ଲକ୍ଷ ନେଇ ମାନ୍ୟବର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଙ୍କ ବିକାଶ ଧାରା ରେ ସାମିଲ ହୋଇ ସେ ବି.ଜେ. ଡି ରେ ଯୋଗ ଦେଇ ବହୁ ଉର୍ନତି ମୂଳକ କାର୍ଯ୍ୟ କରିଥିଲେ।ସେ ବେକବୋନ ସମସ୍ୟା ରେ ପୀଡିତ ଥିଲେ। ତାଙ୍କ ମୃତ୍ୟୁ ରେ ସାର ଅଞ୍ଚଳ ରେ ଶୋକ ର ଛାୟା ଖେଳି ଯାଇଥିଲା। ମାନ୍ୟବର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କୋରନା କଟକଣା ଯୋଗୁଁ ନ ଆସି ପାରିଥିଲେ ଭି ସାଂସଦ ପ୍ରତିନିଧି ବିପ୍ର ଚରଣ ବାରିକ ଓ ଉପାଧ୍ୟକ୍ଷ ହିମାଂଶୁ ଶେଖର ବାରିକ ଙ୍କ ଫୋନ ଯୋଗେ ତଥା ପରିବାର ବର୍ଗ ଙ୍କୁ ସାଂତ୍ଵନା ଦେଇଥିଲେ,ଓ ଏକାଦଶାହରେ ଗଭୀର ଶ୍ରଦ୍ଧାଞ୍ଜଳି ପ୍ରକାଶ କରିଥିଲେ।ସ୍ବର୍ଗତ ସାହୁଙ୍କୁ ତାଙ୍କ ପୁଅ ,ତିନି ଝିଅ ,ତିନି ଜୋଇଁ,ପରିବାର ବର୍ଗ,ଗ୍ରାମବାସୀ ଓ
ସାଂସଦ ପ୍ରତିନିଧି ବିପ୍ର ଚରଣ ବାରିକ,ବ୍ଲକ ଉପାଧ୍ୟକ୍ଷ ହିମାଂଶୁ ଶେଖର ବାରିକ,ବ୍ଲକ ଅଧ୍ୟକ୍ଷା ପ୍ରତିନିଧି ଅନାଦି ବେହେରା, ସମିତି ସଭ୍ୟ ପ୍ରଶାନ୍ତ କୁମାର ନାଇକ, ପୂର୍ବତନ ସରପଞ୍ଚ ଲକ୍ଷ୍ମୀ କାନ୍ତ ରାଉତରାୟ, ଭାଗୀରଥି ମାଝୀ,ପ୍ରମୋଦ କୁମାର ବିଶୋଇ, ଦେବୀ ପ୍ରସାଦ ମହାପାତ୍ର, ଯଶୋବନ୍ତ ବଳବନ୍ତ ସାହାଣୀ, ଏକାଦଶାହରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ରିପୋର୍ଟ-ନିରାକାର ସାହୁ