
ବ୍ରହ୍ମପୁର,୨୩/୭(ଜିଲ୍ଲା ଖବର): ଦିଗପହଣ୍ଡି କ୍ଷୁଦ୍ର ଜଳସେଚନ ଉପ ବିଭାଜନ ଅନ୍ତର୍ଗତ ପାଟପୁର ସରକାରୀ ଯନ୍ତ୍ରୀଙ୍କ ପରିମିତ ଅଞ୍ଚଳରେ ଥିବା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ କେନାଲ ଓ ଶାଖା କେନାଲ ଗୁଡ଼ିକର ଆବଶ୍ୟକୀୟ ରକ୍ଷଣାବେକ୍ଷଣ ଅଭାବ କାରଣରୁ ଧ୍ୱସଂ ପ୍ରାୟ ରହିଥିବା ଦେଖିବାକୁ ମିଳିଅଛି l ବାର୍ଷିକ ବଜେଟ ଅଟକଳଭିତ୍ତିରେ ରକ୍ଷଣାବେକ୍ଷଣ ପାଇଁ ଆସୁଥିବା ଅନୁଦାନକୁ ଉପଯୁକ୍ତ ଭିତ୍ତିଭୂମି ପାଇଁ ଖର୍ଚ୍ଚ ନହେବା କାରଣରୁ ପ୍ରାୟ ପ୍ରକଳ୍ପ ଲୁପ୍ତ ରହିଥିବା ଜଣାପଡ଼ିଛି l ଏହି କ୍ରମରେ ଏହି ବିଭାଗ ଅଧିନ ଆଡ଼ପଡା,କଉଡିଆ, କରାଖଣ୍ଡି ଓ ଗମ୍ଭାରୀଗୁଡା, କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ବନ୍ଧକୁ ସଂଯୋଗ କରୁଥିବା କେନାଲ ତିତିଲି ବାତ୍ୟାର ପ୍ରଭୁତ କ୍ଷତି ହୋଇଥିବା ସହ ନାରାୟଣୀ ବନ୍ଧଠାରୁ କରାଖଣ୍ଡି ମଧ୍ୟରେ ଥିବା କେନାଲର ପ୍ରାୟ ଅଂଶ କ୍ଷତି ସହ ତିନିରୁ ଅଧିକ ସ୍ଥାନରେ 50ମିଟର,30 ମିଟର ଭଳି ଆଡିବନ୍ଧ ନଷ୍ଟ ହୋଇଅଛି l ଏ ସଂପର୍କରେ ବିଭାଗ ପର୍ଯବେକ୍ଷଣ କରିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ପୁନଃ ନିର୍ମାଣ କରିନାହିଁ lସଂପ୍ରତି ଖରିଫ ଚାଷ ଆରମ୍ଭ ସହ ମୋୖସମିର ଲୁଚକାଳି ଯୋଂଗୁ ସଜିତ୍ ଥିବା ଚାଷକାର୍ଯ୍ୟ ବର୍ଷା ଆଗମନରେ ଆରମ୍ଭ ହେଲେ କେନାଲ ପ୍ଲାବିତ ପାଣି ଚାଷଜମିରେ ପଶିବା ସହ ବାଲିଚରିଛି l ଉପୋଭକ୍ତା ଗଣତାନ୍ତ୍ରିକ ଉପାୟରେ ଦାବୀ କରିବାକୁ ମନସ୍ଥ କରିଛନ୍ତି lଏ ସମ୍ପର୍କରେ କଉଡିଆର ଚାଷୀ ହଂସ ବିଶୋୟି,କବିରାଜ ପରିଡା ,ସୀମାଞ୍ଚଳ ପରିଡା,ଯୋଗେନ୍ଦ୍ର ପରିଡା,ପଞ୍ଚାନନ ପରିଡା ସହ ସମିତି ସଭ୍ୟ ଅମିନ ପ୍ରଧାନ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି l



