
ଆସିକା,୨୬/୦୭{ଜିଲ୍ଲା ଖବର} ଆସିକା ବ୍ଳକ ଅନ୍ତର୍ଗତ ଗଙ୍ଗାପୁର ଗାଁର ଉଦୀୟମାନ ଯୁବକ ଦେଶପ୍ରତିଥିବା ଭଲପାଇବା ଏବଂ ବୀର ସହୀଦ ମାନଙ୍କ ପ୍ରତି ଥିବା ସମ୍ମାନ ବୋଧକୁ ଦେଖାଇଛନ୍ତି, ପୂଜା ପଦ୍ଧତି ମାଧ୍ୟମରେ। ପ୍ରତିବର୍ଷ ଭଳି ଏହିବର୍ଷ ମଧ୍ୟ ସାନ୍ତନୁ କୁମାର ମୁନି କାରଗିଲ ବିଜୟ ଦିବସରେ ନିଜଘରେ ପୂଜାପାଠ ମାଧ୍ୟମରେ ସହୀଦ ଜବାନ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଏଭଳି ଦେଶପ୍ରେମ ପାଇଁ ସେ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। କାରଗିଲ୍ ଯୁଦ୍ଧ ସମୟରେ ସହୀଦ ହୋଇ ଆମ ଦେଶମାତୃକାର ଟେକ ରଖିଥିବା ବୀରଯୋଦ୍ଧା ମାନଙ୍କ ପାଇଁ ସେ ଗର୍ବ ଅନୁଭବ କରିବା ସହିତ ଯଦି ସୁଯୋଗ ମିଳେ ତାହେଲେ ଦେଶମାତୃକା ପାଇଁ ନିଜ ଜୀବନ ଦେଇଦେବେ ବୋଲି କୁହନ୍ତି ସାନ୍ତନୁ।
ରିପୋର୍ଟ ରତ୍ନାକର ଶିୟ


