Thursday, October 15, 2026
Home ଆଞ୍ଚଳିକ କନ୍ଧମାଳ ଜିଲ୍ଲା ବାଲିଗୁଡାରୁ ରାଜ୍ୟ ସାହିତ୍ୟ ଏକାଡେମୀର ସଦସ୍ୟ ପାଇଁ ମନୋନୀତ ଗିରିଜା ପ୍ରସାଦ ମିଶ୍ର।

କନ୍ଧମାଳ ଜିଲ୍ଲା ବାଲିଗୁଡାରୁ ରାଜ୍ୟ ସାହିତ୍ୟ ଏକାଡେମୀର ସଦସ୍ୟ ପାଇଁ ମନୋନୀତ ଗିରିଜା ପ୍ରସାଦ ମିଶ୍ର।

72

ବାଲିଗୁଡା-୨୫/୦୭{ଜିଲ୍ଲା ଖବର}:କନ୍ଧମାଳ ଜିଲ୍ଲାର ଯୁବ ସାହିତ୍ୟିକ ଗିରିଜା ପ୍ରସାଦ ମିଶ୍ର ଓଡ଼ିଶା ସାହିତ୍ୟ ଏକାଡେମୀର ସାଧାରଣ ପରିଷଦ ସଦସ୍ୟ ଭାବରେ ମନୋନୀତ ହୋଇଛନ୍ତି । ଏହି ନୂତନ ସାଧାରଣ ପରିଷଦର କାର୍ଯ୍ୟକାଳ ୩ ବର୍ଷ ପାଇଁ ଚାଲିବ। ଗିରିଜା ପ୍ରସାଦ ମିଶ୍ର କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳରେ ୧୯୮୦ ମସିହାରେ ଜନ୍ମ ଗ୍ରହଣ କରିଥିଲେ। ସେ ଏକାଧାରରେ ଜଣେ କବି,ପ୍ରାବନ୍ଧିକ ଓ ଚିତ୍ରଶିଳ୍ପୀ ଭାବରେ ଅନେକ କୃତିତ୍ୱ ଅର୍ଜନ କରିଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ ସେ ଲଗାତାର ଭାବରେ ଅନ୍ୟାନ୍ୟ ଅନୁଷ୍ଠାନ ମାନଙ୍କରୁ ସମ୍ବର୍ଦ୍ଧିତ ହୋଇଛନ୍ତି। ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ତାଙ୍କର କବିତା ପୁସ୍ତକ ପ୍ରଥମ ପର୍ବ ପ୍ରକାଶିତ ହୋଇଛି। ଏତଦ୍ ବ୍ୟତୀତ ରାଜ୍ୟର ଅନେକ ଲବ୍ଧ ପ୍ରତିଷ୍ଠିତ ଖବରକାଗଜ,ଓ ପତ୍ରପତ୍ରିକାରେ ଶ୍ରୀ ମିଶ୍ରଙ୍କ ର ଶତାଧିକ କବିତା ଓ ପ୍ରବନ୍ଧ ପ୍ରକାଶିତ ହୋଇ ଉଚ୍ଚ ପ୍ରଶଂସିତ ହୋଇପାରିଛନ୍ତି। ଓଡ଼ିଶା ସାହିତ୍ୟ ଏକାଡ଼େମୀର କନ୍ଧମାଳ ଜିଲ୍ଲାର ସଦସ୍ୟ ଭାବେ ମନୋନୀତ ହେବା ପରେ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି।

ରିପୋର୍ଟ ସୁକାନ୍ତ କୁମାର ତ୍ରିପାଠୀ