
ବାଲିଗୁଡା-୨୫/୦୭{ଜିଲ୍ଲା ଖବର}କନ୍ଧମାଳ ବାଲିଗୁଡା ନିକଟସ୍ଥ ଡ଼ହଲ ପଡି ଜଙ୍ଗଲରେ ଜୁଆ ଖେଳ ଚାଲିଥିଲା ବେଳେ ବାଲିଗୁଡା ପୋଲିସ ୮ଜଣ ଜୁଆଡିଙ୍କୁ ଆଜି ସନ୍ଧ୍ୟାରେ ଗିରଫ କରିଛନ୍ତି। ସେମାନଙ୍କ ଠାରୁ ୧୦ ପ୍ୟାକେଟ ତାସ୍,୮ଗୋଟି ମୋଟର ସାଇକଲ, ୮ଟି ମୋବାଇଲ ଫୋନ ଏବଂ ୨୮,୧୦୦ଟଙ୍କା ଜବତ କରିଛି ବାଲିଗୁଡା ପୁଲିସ। ଗିରଫ ବ୍ୟକ୍ତି ମାନେ ହେଲେ ତପଶ ନାୟକ, ଦିଲୀପ କୁମାର ପାତ୍ର, ସିମାଞ୍ଚଳ ପାଣିଗ୍ରାହୀ,ସାଧୁଚରଣ ମହାପାତ୍ର, ଅସିତ କୁମାର ସାହୁ,ରବୀନ୍ଦ୍ର କୁମାର ସାହୁ,ମେଘନା ନାୟକ,ଜଳନ୍ଧର ପଲେଇ। ଏମାନଙ୍କ ନାମରେ ବାଲିଗୁଡା P.S କେଶ ନମ୍ବର ୧୩୫/୨୦ ରେ ରେଜିଷ୍ଟର କରାଯାଇଛି। DSP ମନୋଜ କୁମାର ପୂଜାରୀ ଏହାର ତଦନ୍ତ ଭାର ନେଇଛନ୍ତି।

ରିପୋର୍ଟ ସୁକାନ୍ତ କୁମାର ତ୍ରିପାଠୀ



