
ଜଟଣୀ,୨୪/୦୭{ଜିଲ୍ଲା ଖବର}:କୋଭିଡ-୧୯ ର ପ୍ରକୋପ ଆରମ୍ଭ ହେବାପରେ,ସାରା ଦେଶରେ ଏହା ବିପକ୍ଷରେ ସମ୍ମୁଖ ଯୁଦ୍ଧ ପାଇଁ ଅନେକ କୋରନା ଯୋଦ୍ଧା ରହିଛନ୍ତି। ସେହିଭଳି ରେଳଷ୍ଟେସନ ରେ ମହିଳା କର୍ମଚାରୀ ଲୋକୋ ପାଇଲଟ, ଷ୍ଟେସନ ମାଷ୍ଟର୍,ଗାର୍ଡ,ଟୋକନ ପୋର୍ଟର, ଗ୍ୟାଙ୍ଗ୍ ଓମ୍ୟାନ୍, ଟେକନିସିଆନ୍, ଟିକଟ କଲେକ୍ଟର, ରେଳ ସୁରକ୍ଷା ବଳର କର୍ମଚାରୀ ରୂପେ କାର୍ଯ୍ୟରତ। ଦେଶ ବ୍ୟାପୀ ଲକ୍ ଡାଉନ୍ ଜାରି ରହିଥିବା ସମୟରେ ରେଳବାଇକୁ ୨୨ ମାର୍ଚ୍ଚ, ୨୦୨୦ ରୁ ଏହାର ସମସ୍ତ ଯାତ୍ରୀସେବାକୁ ସ୍ଥଗିତ ରଖିବାକୁ ପଡିଥିଲା। କିନ୍ତୁ ଏହି ସମୟରେ ସାରା ଦେଶରେ ମାଲ୍ ବାହୀ ଟ୍ରେନ ଓ ପାର୍ସଲ୍ ଟ୍ରେନ ମାଧ୍ୟମରେ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ଚାଲୁ ରଖାଯାଇଛି। ପରବର୍ତ୍ତୀ ସମୟରେ ଅଟକି ରହିଥିବା ପ୍ରବାସୀମାନଙ୍କ ପାଇଁ ଓ ଜନସାଧାରଣଙ୍କ ଆବଶ୍ୟକତା ପୂରଣ କରିବା ପାଇଁ ଶ୍ରମିକ ସ୍ପେସିଆଲ ଟ୍ରେନ ଓ ଅନ୍ୟାନ୍ୟ ସ୍ପେସିଆଲ ଟ୍ରେନ ଗୁଡିକ ଚଳାଚଳ କରିଥିଲା। ସେହି ସମୟରେ ଏହି ମହିଳା ରେଳ କର୍ମଚାରୀ ମାନେ ଟ୍ରେନ ଚଳାଚଳ ଓ ଟ୍ରେନ ପରିଚାଳନା ରେ ସାହାଯ୍ୟ କରିବା କ୍ଷେତ୍ରରେ ଅଗ୍ରଣୀ ଭୂମିକା ନିର୍ବାହ କରିଥିଲେ। ମହିଳା କର୍ମଚାରୀମାନେ ପ୍ରତ୍ୟକ୍ଷ ଟ୍ରେନ ଚଳାଚଳ କରିବା କାର୍ଯ୍ୟରେ ସଂଶ୍ଳିଷ୍ଟ ରହି ଲୋକୋ ପାଇଲଟ,ଷ୍ଟେସନ ମାଷ୍ଟର,ଗାର୍ଡ ରୂପେ ଦାୟିତ୍ୱ ନିର୍ବାହ କରିଥିବା ବେଳେ ଅନ୍ୟ ପଟରେ ଗ୍ୟାଙ୍ଗ ଓମ୍ୟାନ,ସୁପରଭାଇଜର, ହେଲପର୍,ଟେକନିସିଆନ୍,ଇଲେକ୍ଟ୍ରିସିଆନ,କ୍ୟାରେଜ ଷ୍ଟାଫ୍ଫ,ଗେଟ୍ କିପର ରୂପେ କାର୍ଯ୍ୟ କରି ଟ୍ରାକ୍,ୱାଗନ, ଓଭରହେଡ଼ ଉପକରଣ, କୋଚ ରକ୍ଷଣାବେକ୍ଷଣ,ସିଗନାଲ୍ ରକ୍ଷଣାବେକ୍ଷଣ ଏବଂ ଅନ୍ୟାନ୍ୟ ଜରୁରୀକାଳୀନ ବ୍ରେକ୍ ଡାଉନ ପ୍ରତି ଅହୋରାତ୍ର ଧ୍ୟାନ ଦେଇଛନ୍ତି। ରେଳ ସୁରକ୍ଷା ବଳରେ ନିୟୋଜିତ ଏହି ମହିଳା କର୍ମଚାରୀ ମାନେ ଟିକଟ ଯାଞ୍ଚ,ସ୍ଵଛତା ଯାଞ୍ଚ ସହିତ ଷ୍ଟେସନରେ କୋଭିଡ-୧୯ ସୁରକ୍ଷା ଆଚାର ସଂହିତାକୁ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ପ୍ରତ୍ୟକ୍ଷ ରୂପେ ଜଡିତ ରହିଆସିଛନ୍ତି। ଲକଡାଉନ ସମୟରେ ଟ୍ରେନକୁ ସୁରକ୍ଷା ଦେବା ଷ୍ଟେସନରେ ପାଟ୍ରୋଲିଂ କରିବା ଏବଂ ଭୋକିଲା ମାନଙ୍କୁ ଖାଦ୍ୟ ବଣ୍ଟନ କାର୍ଯ୍ୟରେ ଏହି ମହିଳା କର୍ମଚାରୀ ମାନେ ନିୟୋଜିତ ଥିଲେ। ଏହି ମହିଳା ଯୋଦ୍ଧା ମାନେ ଯାତ୍ରୀମାନଙ୍କୁ ସୁରକ୍ଷା ଦେଇଥିଲେ।

ରିପୋର୍ଟ ସଞ୍ଜୀବ କୁମାର



