
ବାଲିଗୁଡ଼ା,୨୩/୦୭(ଜିଲ୍ଲା ଖବର) : କନ୍ଧମାଳ ଜିଲ୍ଲାର ଜି. ଉଦୟଗିରି ବ୍ଲକ ଅନ୍ତର୍ଗତ ମାଲିକ ପୋଡ଼ି ଆୟୁଷ ଡାକ୍ତର ତପନ ପ୍ରଧାନଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେଭର୍ତ୍ତିକରାଯାଇଥିଲା । କିନ୍ତୁ ପରେ ତାଙ୍କ ଦେହ ଅତି ଗୁରୁତର ହେବାରୁ ଫୁଲବାଣୀ ମୁଖ୍ୟଚିକିତ୍ସାଳୟକୁ ସ୍ଥାନାସ୍ତର ବେଳେ ବାଟରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଏହାପରେ ମୃତଦେହକୁ ଗାଁକୁ ନିଆଯାଇଥିଲା। ମାଲିକ ପୋଡ଼ି ଗ୍ରାମବାସୀ ଡାକ୍ତରଙ୍କ ମୃତ ଦେହକୁ କରୋନା ସନ୍ଦିଗ୍ଧ ଭାବି ବିରୋଧ କରିଥିଲେ | ଏଥିରେବ୍ଲକଅଧିକାରୀଙ୍କହସ୍ତକ୍ଷେପପରେମଧ୍ୟକୌଣସିସୁଫଳମିଳିନଥିଲାଏହାପରେତାଙ୍କୁନିକଟସ୍ଥକନବାଗିରୀଶ୍ମଶାନକୁନିଆଯାଇଥିଲା କିନ୍ତୁ ସେଠାରେ ମଧ୍ୟ ଗ୍ରାମବାସୀ କବର ଦେବାକୁ ବିରୋଧ କରିଥିଲେ । ତେବେ ବିରୋଧ ସତ୍ତ୍ୱେ ବ୍ଲକ ଅଧିକାରୀ ଓ ତହସିଲଦାରଙ୍କ ହସ୍ତକ୍ଷେପ ଫଳରେ କରୋନା ଯୋଦ୍ଧାଙ୍କୁ କବର ଦିଆଯାଇଥିଲା । ଜୀବନ ଥିବା ଅବସ୍ଥାରେ ଲୋକଙ୍କ ସେବା କରି ନିଜର କର୍ତ୍ତବ୍ୟ ସୁଚାରୁ ରୂପେ ତୁଲେଇ ଥିଲେ କିନ୍ତୁ ମଲା ପରେ ଲୋକ ମାନେ ଡ଼କ୍ଟର କଥା ଭୁଲିଗଲେ |
ରିପୋର୍ଟ: ସୁକାନ୍ତ କୁମାର ତ୍ରିପାଠୀ


