
ବାଲିଗୁଡ଼ା,୨୨/୦୭(ଜିଲ୍ଲା ଖବର) : ସାରା ଦେଶରେ ଦିନକୁ ଦିନ କୋରନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ କନ୍ଧମାଳ ଜ଼ିଲ୍ଲାରେ ମଧ୍ୟ କୋରନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ବାରେ ଲାଗିଛି | ଏହି କରେନା ର ମୁକାବିଲା ପାଇଁ ଜ଼ିଲ୍ଲା ପ୍ରଶାସନ ତରଫରୁ ପଦକ୍ଷେପ ନେଇ ବିଭିନ୍ନ ବ୍ଲକରେ ସଟ ଡାଉନ ଘୋଷଣା କରାଜାଇଛି l ବାଲିଗୁଡା ରେ ମଧ୍ୟ କିଛି ଲୋକ କୋରନାରେ ଆକ୍ରାନ୍ତ ହେବାପରେ ପ୍ରଶାସନ ର ଚିନ୍ତା ବଢିଛି | ବାଲିଗୁଡା ସହରକୁ ଦ୍ରୁତ ସଂକ୍ରମଣ ରୋକିବାକୁ ବାଲିଗୁଡା NAC କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୟଦେବ ଷଡ଼ଙ୍ଗୀ, ତହସିଲଦାର କ୍ଷୀରାବ୍ଦି ତନୟା ସାହୁ, ବିଡ଼ିଓ ନରେଶ ଚନ୍ଦ୍ର ଶବର, ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରା ଙ୍କ ମିଳିତ ଉଦ୍ୟମରେ ବାଲିଗୁଡା NAC ର କିଛି ୱାର୍ଡ କୁ ଛାଡି ଅନ୍ୟ ସମସ୍ତ ୱାର୍ଡ କୁ ଜ଼ିଲ୍ଲାପାଳ ବୃନ୍ଦା ଡ଼ି କଣ୍ଟେନମେଣ୍ଟ ରୂପେ ଘୋଷଣା କରିଛନ୍ତି | ବାଲିଗୁଡା ସହରର ସମସ୍ତ ଦୋକାନ ବଜ଼ାର, ବ୍ୟବସାୟ ପ୍ରତିଷ୍ଠାନ, ଅଫିସ, ବ୍ୟାଙ୍କ, ଗାଡି, ମୋଟର ସାଇକେଲ ବନ୍ଦରହିଛି | ଏହା 22.07.2020 ରିଖ ଠାରୁ ଆରମ୍ଭ ହୋଇ । ଅନିର୍ଦ୍ଧିଷ୍ଟ ସମୟ ପର୍ଯନ୍ତ ବଳବତ୍ତର ରହିବ | ତତ ସଙ୍ଗେ ସଙ୍ଗେ ମାଇକ ମାଧ୍ୟମରେ ପ୍ରଚାର କରୁଥିବାର ଦେଖିବାକୁ ମିଳିଥିଲ| ଉପଖଣ୍ଡ ପ୍ରଶାସନ ପକ୍ଷରୁ ଉପ ଜ଼ିଲ୍ଲାପାଳ ଦେବେନ୍ଦ୍ର କୁମାର ନନ୍ଦ ଅତ୍ୟାଵଶ୍ୟକ ସାମଗ୍ରୀ ଯଥା କ୍ଷୀର, ରାସନ,ପନିପରିବା ଓ ଫଳ ଘରେ ଯୋଗାଇଦେବା ପାଇଁ ଏକ ଫୋନ ନମ୍ବର ଜାରି କରିଛନ୍ତି l ଲୋକଙ୍କୁ ଘରୁପଦାକୁ ନ ବାହାରି କୋଭିଡ଼ ନିୟମକୁ ମାନି ଚଳିବା ପାଇଁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି l ପୋଲିସ ପକ୍ଷରୁ ସହରର ବିଭିନ୍ନ ପ୍ରବେଶ ପଥକୁ ସୀଲ କରାଯାଇଛି ଓ କଣ୍ଟେନମେଣ୍ଟ ଅଞ୍ଚଳରେ ପୋଲିସ ଜଗି ରହିଥିବା ର ଦେଖିବାକୁ ମିଳିଛି l
ରିପୋର୍ଟ: ସୁକାନ୍ତ କୁମାର ତ୍ରିପାଠୀ


