Home ଆଞ୍ଚଳିକ ଲଡାଉନ୍ ସମୟର ସଦୁପଯୋଗ କରି ଖୋର୍ଦ୍ଧାରୋଡ୍ ରେଳମଣ୍ଡଳ ଦ୍ଵାରା ଭିତ୍ତିଭୂମୀର ଉନ୍ନତି କାର୍ଯ୍ୟ ସମ୍ପାଦନ।

ଲଡାଉନ୍ ସମୟର ସଦୁପଯୋଗ କରି ଖୋର୍ଦ୍ଧାରୋଡ୍ ରେଳମଣ୍ଡଳ ଦ୍ଵାରା ଭିତ୍ତିଭୂମୀର ଉନ୍ନତି କାର୍ଯ୍ୟ ସମ୍ପାଦନ।

67


ଜଟଣୀ,୨୨/୦୭{ଜିଲ୍ଲା ଖବର} କୋଭିଡ-୧୯ ମହାମାରୀ ସଂକ୍ରମଣ ଯୋଗୁଁ ଯାତ୍ରୀବାହୀ ରେଳ ଚଳାଚଳ ସେବା ମାର୍ଚ୍ଚ ମାସ ୨୪ ତାରିଖ ଠାରୁ ବନ୍ଦ ରହିଥିଲା। ଲକଡାଉନ୍ ସମୟରେ ଅଧିକ ଟ୍ରାଫିକ୍ ବ୍ଲକର ସଦୁପଯୋଗ କରି,ଖୋର୍ଦ୍ଧାରୋଡ଼ ମଣ୍ଡଳ ଭିତ୍ତିଭୂମୀର ଉନ୍ନତି, ନିରାପତ୍ତା ଓ ରକ୍ଷଣାବେକ୍ଷଣ କାର୍ଯ୍ୟ ସବୁ ସଂପାଦନ କରିଥିଲା। ରେଳ ସେବାକୁ ପ୍ରଭାବିତ ନକରି ଖୋର୍ଦ୍ଧାରୋଡ଼ ରେଳମଣ୍ଡଳ ଅଗ୍ରାଧକାର ଭିତ୍ତିରେ ଅନେକଗୁଡ଼ିଏ କାର୍ଯ୍ୟର ସଂପାଦନ କରିଅଛି। ସାଳଗାଁ-ରାଜଆଠଗଡ଼ ଓ ସୋମପେଟା-ବରୁଆ ସେକ୍ସନର ୧୫ ଗୋଟି ବ୍ରିଜର କାର୍ଯ୍ୟ ସଂପାଦନ, କପିଳାସ-ବୈରୀ ସେକ୍ସନ ୨ଟି ସ୍ବଳ୍ପ ଉଚ୍ଚତା ବିଶିଷ୍ଟ ଉପମାର୍ଗ ନିର୍ମାଣ, ଗଙ୍ଗାଧରପୁର ଓ ବାଲୁଗାଁ ମଧ୍ୟରେ ରୋଡ଼ ଓଭର ବ୍ରିଜ୍‌ ନିର୍ମାଣ କରାଯାଇ ପ୍ରହରୀଯୁକ୍ତ ରେଳ ଫାଟକ ନଂ. ୨୫୪ର ଉଛେଦ। ସେହିଭଳି ଜାନକୀଦେଇପୁର ଠାରେ ଫୁଟ୍ ଓଭର ବ୍ରିଜର ସ୍ଥାପନା। ଭୁବନେଶ୍ୱର ଷ୍ଟେସନ୍ ଠାରେ ଥିବା ପୁରୁଣା ଫୁଟ୍ ଓଭର ବ୍ରିଜ୍‌ର ଗାର୍ଡର ଉଦ୍ଧାର କାର୍ଯ୍ୟ। ବିଭିନ୍ନ ସେକ୍ସନରେ ସମୁଦାୟ ୫୧.୪୫ କି.ମି. ରେଳ ଲାଇନ୍‌ର ମରାମତି, ୧୦୦ ଗଜ ରେଳପଥର ରକ୍ଷଣାବେକ୍ଷଣ, ୧୧୯୫ ଗୋଟି ରେଳପଥ ମୋଡ଼ ଓ ୧୩୭ ଗୋଟି ଲେବଲ କ୍ରସିଂ ଗେଟର ମରାମତି ତଥା ରକ୍ଷଣାବେକ୍ଷଣ କାର୍ଯ୍ୟ ସଂପାଦନ କରାଯାଇଛି। ଏହି ସମୟରେ ୨୭ଟି ସ୍ଥାନରେ ମରାମତି କାର୍ଯ୍ୟ ଯୋଗୁଁ ଟ୍ରେନ୍ ର ସେକ୍ସନ୍ ବେଗ ଘଣ୍ଟାପ୍ରତି ୧୦୦ କି.ମି ବୃଦ୍ଧି ପାଇବାରେ ସହାୟକ ହୋଇଛି। ଖୋର୍ଦ୍ଧାରୋଡ୍-ପଲାସା ସେକ୍ସନ୍ ରେ ବିସିଏମ୍ ମେସିନ୍ ସହାୟତା ରେ ୨୯.୬୧ କି.ମି ରେଳ ଟ୍ରାକ୍ ର ଡିପ୍ ସ୍କ୍ରିନିଂ କାର୍ଯ୍ୟର ସମ୍ପାଦନ କରାଯାଇଛି। ଏବଂ ଖୋର୍ଦ୍ଧା ରେଳମଣ୍ଡଳରେ ଅନେକ ରେଳ ଟ୍ରାକ୍ ର ମରାମତି କାର୍ଯ୍ୟ ସାମାଜିକ ଦୂରତା ଓ କୋଭିଡ୍-୧୯ ର ନିୟମକୁ ପାଳନ କରାଯାଇ ସମ୍ପୂର୍ଣ୍ଣ କରାଯାଇଥିଲା।

ରିପୋର୍ଟ ସଞ୍ଜୀବ କୁମାର