
ଜଟଣୀ,୨୨/୦୭(ଜିଲ୍ଲା ଖବର)ବୁଧବାର ଠାରୁ ନୂତନଭାବେ ଖୋର୍ଦ୍ଧା ରୋଡ ଜି. ଆର. ପି. ଥାନାରେ ଭାରପ୍ରାପ୍ତ ଅଧିକାରୀ ଶ୍ରୀ ଧରଣୀଧର ପ୍ରଧାନ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପ୍ରଥମେ ବୌଦ୍ଧ ଜିଲ୍ଲାରେ ଦ୍ଵିତୀୟ ଅଫିସର ଭାବେ ଦୁଇ ବର୍ଷ,ଗଜପତି ଜିଲ୍ଲା ଟାଉନଥାନା,କାଶୀନଗର ଥାନାରେ ଦୁଇବର୍ଷ,ଭଦ୍ରକ ଷ୍ଟେସନରେ ତିନିବର୍ଷ ଛଅ ମାସ ଓ.ଆଇ.ସି. ରୂପେ କାର୍ଯ୍ୟ ତୁଲାଇଥିଲେ। ବର୍ତ୍ତମାନ ଆଜିଠାରୁ ଖୋର୍ଦ୍ଧା ରୋଡ ଷ୍ଟେସନ ଜି. ଆର. ପି. ଥାନାରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ତାଙ୍କର ମୂଳ ଲକ୍ଷ୍ୟ ଜନସାଧାରଣଙ୍କ ସୁରକ୍ଷା,ରେଳଯାତ୍ରୀଙ୍କ ସୁରକ୍ଷା ପ୍ରତି ଦୃଷ୍ଟି ଦେବା। ଟ୍ରେନ ଭିତରେ ଯେପରି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହୁଏ ସେଥିପ୍ରତି ତୀକ୍ଷ୍ଣ ଦୃଷ୍ଟି ଦେବା ତାଙ୍କର ମୂଳ ଲକ୍ଷ୍ୟ ରହିବ। ଶେଷରେ ଜନସାଧାରଙ୍କ ସାହାଯ୍ୟ, ସହଯୋଗ ଲୋଡିଛନ୍ତି।
ରିପୋର୍ଟ ସଞ୍ଜୀବ କୁମାର



