Saturday, November 14, 2026
Home ଆଞ୍ଚଳିକ ମୁଣ୍ଡନ ହୋଇ ସିବିଆଇ ତଦନ୍ତର ଦାବି କଲେ ଯୁବ ସମାଜସେବୀ

ମୁଣ୍ଡନ ହୋଇ ସିବିଆଇ ତଦନ୍ତର ଦାବି କଲେ ଯୁବ ସମାଜସେବୀ

165

ହିଞ୍ଜିଳିକାଟୁ,୨୧/୦୭(ଜିଲ୍ଲା ଖବର) : ସମାଜସେବୀ ଆଦିତ୍ୟ ଦାସଙ୍କ ମୃତ୍ୟୁ କୁ ନେଇ ସସପେସ୍ପ ଜାରି ରହିଥିବା ବେଳେ ଏହାର ରହସ୍ୟ ଖୋଲିବାକୁ ଓଡ଼ିଶାରୁ ୫୦୦ରୁ ଅଧିକ ସମାଜସେବୀ ମଣ୍ଡନ ହୋଇ ମାନବ ପ୍ରେମୀ ଆଦିତ୍ୟ ଦାସଙ୍କୁ ନ୍ୟାୟ ମିଳୁ ଏବଂ ସିବିଆଇ ତଦନ୍ତ ହେଉ ବୋଲି ଦାବି କରିଛନ୍ତି।ଏଥି ସହିତ ପାଞ୍ଚ ଲକ୍ଷ ଲୋକଙ୍କ ଦସ୍ତଖତ ସଂଗ୍ରହ କରିବା ଅଭିଯାନ ମଧ୍ୟ ଜାରି ରଖିଛନ୍ତି। ଜନ୍ମଧ୍ୟରୁ ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ବ୍ଳକ ରାଳବ ଗ୍ରାମର ଯୁବ ସମାଜ ସେବୀ ନୀଳ ଭଉଳ ଅନ୍ୟତମ।ସେ ମଧ୍ୟ ବୁଧବାର ସକାଳେ ମଣ୍ଡନ ହୋଇ ଉଛ ସ୍ତରୀୟ ତଦନ୍ତ ପାଇଁ ପ୍ରଶାସନଙ୍କୁ ସୋସିଆଲ ମିଡ଼ିଆ ମାଧ୍ୟମରେ ଦାବି କରିଛନ୍ତି।ପ୍ରକାଶ ଯୋଗ୍ୟ କି ସମାଜସେବୀ ଆଦିତ୍ୟ ଦାସ ଜଣେ ଜଣାଶୁଣା ମୋଟୀଭେସନାଲ ସ୍ପିକର ସହ ବହୁ ଗୁଣର ଅଧିକାରୀ ଥିଲେ।ଏହି ଭଳି ବିକ୍ତିତ୍ୱଙ୍କ ମୃତ୍ୟୁକୁ ନେଇ ରହସ୍ୟ ଉପରୁ ପରଦା ଉଠି ନାହିଁ।ଏହିଭଳି ପରିସ୍ଥିତିରେ ସିବିଆଇ ତଦନ୍ତର ଆବଶ୍ୟକତା ରହିଛି ବୋଲି ବିଭିନ୍ନ ମହଲରେ ଦାବି ହେଉଛି।